କରୋନା ଛଡ଼ାଇ ନେଇଛି ଖାଦ୍ୟ ଆଉ କାମ : ଓଡ଼ଗାଁ କୁରାଳର ୨୦ ରୁ ଅଧିକ ଶ୍ରମିକ ପରିବାର ଝାଡ଼ଖଣ୍ଡରେ ଫସିଛନ୍ତି

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ  ସୁନାମୁହିଁ ଗ୍ରାମର ୩୦ରୁ ଅଧିକ ଶ୍ରମିକ ଗୋଆରେ ଫସିଥିବା ଘଟଣା ଗତକାଲି ନଜରକୁ ଆସିଥିଲା। ଶ୍ରମିକମାନେ ସେମାନଙ୍କୁ ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ଭିଡିଓ ଛାଡ଼ିବା ସହ ନଜର ଦୁର୍ଦ୍ଦଶା ‘ସମ୍ବାଦ’ ପାଖ‌ରେ ବଖାଣିଥିଲେ। ଏହି ପରିପ୍ରେକ୍ଷୀରେ ଉକ୍ତ ବ୍ଲକ ଅଧୀନ କୁରାଳ ଗ୍ରାମପଞ୍ଚାୟତ ନାଥିଆପଲ୍ଲୀ ଗ୍ରାମର ବିକାଶ ଦାସ, ସଞ୍ଜୟ ଦାସ, ବିଜୟ ଦାସ, ପ୍ରକାଶ ଦାସ, ଉତ୍ତମ ପାତ୍ର, ଦମୟନ୍ତୀ ପାତ୍ର, ଆୟୁଷ ଦାସ, ଶ୍ରଦ୍ଧାଞ୍ଜଳି ପା‌ତ୍ର ପ୍ରମୁଖ ୨୦ରୁ ଅଧିକ ଶ୍ରମିକ ସେମାନଙ୍କ ପରିବାର ସହିତ ଝାଡ଼ଖଣ୍ଡର କୁମ୍ବଲା ଜିଲ୍ଲାରେ ଫସି ଯାଇଛନ୍ତି। ଉକ୍ତ ଶ୍ରମିକମାନେ କିଛି ମାସ ତଳେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିବାକୁ ଝାଡ଼ଖଣ୍ଡ ଯାଇଥିଲେ।

କରୋନ ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାରୁ ସମସ୍ତ କାମ ଠପ୍‌ ହୋଇଯାଇଛି। ଫଳରେ ଶ୍ରମିକମାନଙ୍କ ପାଖରେ କୌଣସି କାମ ନାହିଁ , ଖାଇବା ପାଇଁ ଖାଦ୍ୟ ନାହିଁ। ପାଖରେ ବି ଟଙ୍କା ନଥିବାରୁ ଏମାନେ କିଛି ଦିନ ହେବ ଅଧା  ଉପବାସରେ ଦିନ କାଟୁଛନ୍ତି। ଟ୍ରେନ୍‌ ,ବସ୍ ସେବା ବନ୍ଦ ‌ହୋଇଯାଇଥିବାରୁ ଘରକୁ ମଧ୍ୟ ଫେରିପାରୁନାହାନ୍ତି। ଶ୍ରମିକମାନଙ୍କ ସହ ତାଙ୍କର ପରିବାର ଓ ଛୋଟ ପିଲା ଥିବାରୁ ଓଡ଼ିଶା ସରକାର ତୁରନ୍ତ ତାଙ୍କୁ ଉଦ୍ଧାର କରିବାକୁ ଭିଡିଓ ଜରିଆରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର