୨୦ ଇନ୍‌ସ୍ପେକ୍ଟରଙ୍କ ବଦଳି

କଟକ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ୨୦ ଜଣ ପୁଲିସ ଇନ୍‌ସ୍ପେକ୍ଟରଙ୍କ ବଦଳି ହୋଇଛି। ବଦଳି ହୋଇଥିବା ଇନ୍‌ସ୍ପେକ୍ଟର କମିସନରେଟ୍‌ ପୁଲିସର ଅଭିମନ୍ୟୁ ଦାସଙ୍କୁ ଗଞ୍ଜାମ, କେନ୍ଦ୍ରାପଡ଼ାର ଅଞ୍ଜଳି ବିଶ୍ବାଳଙ୍କୁ ବ୍ରହ୍ମପୁର, ଅନସୂୟା ନାୟକଙ୍କ ଭିଜିଲାନ୍ସକୁ ବଦଳି ବାତିଲ କରାଯାଇଛି। ତାଙ୍କୁ କମିସନରେଟ୍‌ ପୁଲିସରେ ପୁଣି ଅବସ୍ଥାପିତ କରାଯାଇଛି। କମିସନରେଟ୍‌ ପୁଲିସର ଅରୁଣ କୁମାର ସ୍ବାଇଁଙ୍କୁ ଗଞ୍ଜାମ ବଦଳି କରାଯାଇଥିବା ବେଳେ ବୈଦେହୀ କୁମାରୀ ବେହେରାଙ୍କ କମିସନରେଟ୍‌ ପୁଲିସକୁ ବଦଳି ବାତିଲ କରାଯାଇଛି। ସେ ଭିଜିଲାନ୍ସରେ କାର୍ଯ୍ୟ କରିବେ। ନୂଆପଡ଼ାର ବିବେକାନନ୍ଦ ମହନ୍ତଙ୍କ ବ୍ରହ୍ମପୁର, କମିସନରେଟ୍‌ ପୁଲିସର ଦେବୀ ପ୍ରସାଦ ପାତ୍ରଙ୍କୁ ପୁରୀ, କଟକର ଦିଲ୍ଲୀପ କୁମାର ସାହୁଙ୍କୁ ଗଞ୍ଜାମ, ଗୌରାଙ୍ଗ ଚନ୍ଦ୍ର ସାହୁଙ୍କୁ ବ୍ରହ୍ମପୁର, ଯୋଗେଶ୍ବର ପଣ୍ତାଙ୍କୁ ଗଞ୍ଜାମ, ଜ୍ୟୋତ୍ସ୍ନା ରାଣୀ ବେହେରାଙ୍କୁ ସମ୍ବଲପୁର, ଲୋକେଶ୍ବର ସାହୁଙ୍କୁ ବ୍ରହ୍ମପୁର, ପୀତବାସ ଧରୁନଙ୍କୁ ଗଞ୍ଜାମ, ସବ୍ୟସାଚୀ ରାଉତଙ୍କୁ ଅନୁଗୁଳ, ସହଦେବ ମହାପାତ୍ରଙ୍କୁ ଗଞ୍ଜାମ, ଶରତ ଚନ୍ଦ୍ର ପାତ୍ରଙ୍କୁ କମିସନରେଟ୍‌ ପୁଲିସ, ସୁଜିତ କୁମାର ଦାସଙ୍କୁ ପୁରୀ, ସୁମିତ କୁମାର ସୋରେନଙ୍କୁ ବ୍ରହ୍ମପୁର, ସୁନିଲ କୁମାର ବେହେରାଙ୍କୁ ଗଞ୍ଜାମ, ସୁନିଲ କୁମାର ପ୍ରଧାନଙ୍କୁ ଭୁବନେଶ୍ବର ସ୍ପେଶାଲ ବ୍ରାଞ୍ଚକୁ ବଦଳି କରାଯାଇଛି। ଆଜି ପୁଲିସ ଏଷ୍ଟାବ୍ଲିସମେଣ୍ଟ ବୋର୍ଡ ବୈଠକରେ ଏ ସ˚କ୍ରାନ୍ତରେ ନିଷ୍ପତ୍ତି ପରେ ରାତିରେ ବିଜ୍ଞପ୍ତି ଭାବେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର