୨୦୦୮ ମସିହା ଦଙ୍ଗା ଘଟଣାରେ ୧୩ ନିର୍ଦ୍ଦୋଷ

ପାରଳାଖେମୁଣ୍ତି : ଗତ ୨୦୦୮ ମସିହାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ଦଙ୍ଗା ଗଜପତିରେ ମଧ୍ୟ ପ୍ରଭାବ ପକାଇଥିଲା । ରାୟଗଡ ସହରରେ କିଛି ଘର ଭାଙ୍ଗିବା ସହ ଲୁଟତରାଜ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ୧୬ ଜଣ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟଚାଲାଣ କରିଥିଲା। ଆଜି ପାରଳାଖେମୁଣ୍ତି ସିଜେଏମ ରାଜେଶ ଦାଶଙ୍କ ଅଦାଲତରେ ଏହାର ରାୟ ପ୍ରକାଶ ପାଇଥିବାବେଳେ ଉପଯୁକ୍ତ ସାକ୍ଷ୍ୟ ଅଭାବରୁ ୧୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।

ସମ୍ବନ୍ଧିତ ଖବର