ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୨୦୮ ଘରୋଇ ‌ହସ୍ପିଟାଲ ଅନୁବନ୍ଧିତ

ତାଲିକାରେ ଖୋର୍ଧା ଜିଲ୍ଲାରେ ସର୍ବାଧିକ, ରାଜ୍ୟ ବାହାରର ୬ ଡାକ୍ତରଖାନା

ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇର ଅନୁବନ୍ଧିତ ତାଲିକାରେ ରାଜ୍ୟ ତଥା ରାଜ୍ୟ ବାହାରର ହସ୍ପିଟାଲକୁ ମିଶାଇ ୨୦୮ଟି ଘରୋଇ ହସ୍ପିଟାଲ ରହିଛି। ଏଥିରେ ଖୋର୍ଧା ଜିଲ୍ଲାର ସର୍ବାଧିକ ୪୩ଟି ହସ୍ପିଟାଲ ରହିଥିବା ବେଳେ ରାଜ୍ୟ ବାହାରର ବିଶାଖାପାଟଣା ଓ ରାୟପୁରର ସମୁଦାୟ ୬ଟି ହସ୍ପିଟାଲ ରହିଛନ୍ତି। ବିଏସ୍‌‌କେୱାଇ ଯୋଜନାରେ ଏବେ ଜିଲ୍ଲାସ୍ତରରେ ସରକାରୀ ହସ୍ପିଟାଲରେ ସମସ୍ତ ପ୍ରକାର ଚିକିତ୍ସା ମାଗଣାରେ ଦିଆଯାଉଛି। ତେବେ ମେଡିକାଲ କଲେଜରେ ରୋଗୀମାନେ ସ୍ବାସ୍ଥ୍ୟବୀମା କାର୍ଡ ଜରିଆରେ ସେବା ପାଇପାରିବେ ବୋଲି ଜଣାପଡ଼ିଛି।

ଅନୁବନ୍ଧିତ ଘରୋଇ ହସ୍ପିଟାଲରେ କଟକ ଜିଲ୍ଲାର ୩୩, ଗଞ୍ଜାମ ୧୭, ଭଦ୍ରକ ୧୨, ପୁରୀ ୧୦, ସମ୍ବଲପୁର ଓ ଢେଙ୍କାନାଳ ୯, ଜଗତସିଂହପୁର ଓ ଅନୁଗୁଳ ୮, ବାଲେଶ୍ବର ୬, ଯାଜପୁର, ଗଜପତି ଓ ନୟାଗଡ଼ ୫, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ର ୪, ଝାରସୁଗୁଡ଼ା, ମୟୂରଭଞ୍ଜ ଓ କେଉଁଝର ୩, କୋରାପୁଟ ୨, ସୋନପୁର, ନବରଙ୍ଗପୁର ଓ ରାୟଗଡ଼ା ୧ଟି ଘରୋଇ ହସ୍ପିଟାଲ ରହିଛି। ଏହାସହ ବିଶାଖାପାଟଣାର ୪ଟି, ଛତିଶଗଡ଼ ରାୟପୁରର ୨ଟି ଘରୋଇ ହସ୍ପିଟାଲ ସହିତ ଅନୁବନ୍ଧିତ କରାଯାଇଛି। ଏହି ଦୁଇ ସ୍ଥାନରେ ଥିବା ହସ୍ପିଟାଲରେ ରାଜ୍ୟ ଚିକିତ୍ସା ପାଣ୍ଠି ବା ଓଏସ୍‌ଟିଏଫ୍‌ର ସୁବିଧା ଉପଲବ୍ଧ ହେବ। ତେବେ ଅନ୍ୟ ଘରୋଇ ଡାକ୍ତରଖାନାଗୁଡ଼ିକରେ ଆରଏସ୍‌ବିୱାଇ ଓ ବିକେକେୱାଇ କାର୍ଡ ଜରିଆରେ ରୋଗୀମାନେ ସେବା ପାଇପାରିାବେ।

ସମ୍ବନ୍ଧିତ ଖବର