ମାଟ୍ରିକ ପରୀକ୍ଷା: କପି କରି ଧରାହେଲେ ୨୩୭

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାରେ ବୁଧବାର ତୃତୀୟ ଭାଷା ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ କପି କରୁଥିବାବେଳେ ୨୩୭ଜଣ ପରିକ୍ଷାର୍ଥୀ ସ୍କ୍ଵାଡ୍‌ ହାତରେ ଧରା ପଡ଼ିଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪୯୩ ଜଣ ମାଲ୍‌ପ୍ରାକ୍ଟିସ୍‌ ହୋଇଛନ୍ତି। ମାତୃଭାଷା ଓଡ଼ିଆରେ ୭୪ ଓ ଦ୍ୱିତୀୟ ଭାଷା ଇଂରାଜୀରେ ୧୮୨ ଜଣ ମାଲ୍‌ପ୍ରାକ୍ଟିସ୍‌ ହୋଇଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ ପୂର୍ବ ଦୁଇଟି ପରୀକ୍ଷା ଭଳି ଆଜିର ପରୀକ୍ଷାରେ ସେଭଳି ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ସାମନାକୁ ଆସି ନାହିଁ। କ୍ରାଇମବ୍ରାଞ୍ଚ ପୁଲିସ ଘଟଣାର ତଦନ୍ତ କରୁଥିବା ବେଳେ କେନ୍ଦ୍ରାପଡା ଆଳି ଅଞ୍ଚଳର ଜଣେ ଯୁବକଙ୍କୁ ଧରି ଜେରା କରୁଛି। ପ୍ରଶ୍ନପତ୍ର ଭାଇରାଲ୍‌ ଘଟଣାର ଖୁବଶୀଘ୍ର ପର୍ଦ୍ଦାଫାସ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର