ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂହଙ୍କ ସମେତ ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ

ଭୁବନେଶ୍ୱର: ଭାରତ ସରକାରଙ୍କ ପକ୍ଷରୁ ସମ୍ବଲପୁର ଏସ୍‌ପି କନଓ୍ଵର ବିଶାଳ ସିଂହଙ୍କ ସମେତ ଓଡ଼ିଶାର ୨୫ ଜଣ ପୁଲିସ କର୍ମଚାରୀଙ୍କୁ କେନ୍ଦ୍ର ମେଡାଲ ମିଳିବ। ଗତ ମେ’ ମାସ ୮ ତାରିଖରେ କୋରାପୁଟ ଜିଲ୍ଲାର ପାଡୁଆ ଜଙ୍ଗଲରେ ମାଓ ବିରୋଧୀ ସ୍ପେଶାଲ ଅପରେସନରେ ସାମିଲ ହୋଇଥିବା ଯବାନମାନଙ୍କୁ ଏହି ପଦକ ମିଳିବ ବୋଲି ଜଣାପଡ଼ିଛି। ସ୍ପେଶାଲ ଅପରେସନରେ ୫ ଜଣ ମାଓବାଦୀ ନିହତ ହୋଇଥିଲେ।

ରାଜ୍ୟ ପୁଲିସ କର୍ମଚାରୀଙ୍କ ମଧ୍ୟରେ ସମ୍ବଲପୁର ଏସ୍‌ପି କନଓ୍ଵାର ବିଶାଳ ସିଂହ ପଦକ ପାଇବେ। ସେହିପରି ନିରଞ୍ଜନ ସାହୁଙ୍କୁ ମଧ୍ୟ ଏହି ପଦକ ମିଳିବ। ଏସ୍‌ଆଇ ମନୋଜ ପ୍ରଧାନ, ଗୁରୁଦେବ କର୍ମୀ, ଉମେଶ ସାହୁ, ହେମନ୍ତ ଶିଆଳ ମଧ୍ୟ ମେଡାଲ ପାଇବେ। ସର୍ଜେଣ୍ଟ, ହାବିଲଦାର, କନଷ୍ଟେବଳଙ୍କ ସହ ମୋଟ ୨୫ ଜଣଙ୍କୁ ଏହି ପଦକ ମିଳିବ।

ସମ୍ବନ୍ଧିତ ଖବର