ଚାପିଥିଲେ, ଏବେ ମାନୁଛନ୍ତି ମୃତ୍ୟୁସଂଖ୍ୟା ୨୬ ଛୁଇଁଲା, ଆହୁରି ବଢ଼ିବ

ଭୁବନେଶ୍ବର :ପାହାଡ ଧସି ୧୫ଜଣଙ୍କ ପ୍ରାଣହାନି ଘଟିଛି। କାନ୍ଥ ଭୁଶୁଡି ୬ଜଣ, ପାଣିରେ ବୁଡି ୪ ଜଣ ଓ ଗଛ ପଡି ଜଣେ ପ୍ରାଣ ହରାଇଛନ୍ତି। ତିତ୍‌ଲି ପ୍ରଭାବରେ ୭ଟି ଜିଲ୍ଲାର ୨୬ଜଣଙ୍କର ଏମିତି ମୃତ୍ୟୁ େହାଇଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ଏମା‌େନ ସମସ୍ତେ ୧୧ ଓ ୧୨ ତାରିଖରେ ହିଁ ପ୍ରାଣ ହରାଇଥିବା ଜଣାପଡ଼ିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଶାସନ ଏସବୁକୁ ଅସ୍ବୀକାର କରୁଥିଲା। ଗଣମାଧ୍ୟମରେ ପ୍ରକାଶ ପାଇଥିବା ଏସବୁ ମୃତ୍ୟୁ ହିସାବକୁ ବାଏଁ ବାଏଁ ସରକାରୀ ଅଧିକାରୀ ଉଡ଼ାଇ େଦଇଥିେଲ। ବାସ୍ତବ ମୃତ୍ୟୁସଂଖ୍ୟା ଅଧିକ େବାଲି ଅଭିଯୋଗ ଦୃଢ େହବା ପରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ େସଠୀ ଗତକାଲି ରାତିେର ସବୁ ଜିଲ୍ଲାପାଳଙ୍କୁ େସମାନଙ୍କ ଜିଲ୍ଲାରୁ ଆସିଥିବା ଅଭିେଯାଗର ତଦନ୍ତ କରି ରିେପାର୍ଟ େଦବାକୁ ନିେର୍ଦଶ େଦଇଥିେଲ। ଆଉ ଏହି ସଂଖ୍ୟା ଆଜି ହଠାତ୍ ୧୮ରୁ ୨୬କୁ ବୃଦ୍ଧି ପାଇଛି। ସ୍ବତନ୍ତ୍ର ରିଲିଫ୍ କମିସନର େଯଉଁ ରିେପାର୍ଟ େଦଇଛନ୍ତି, େସଥିରେ ଗଜପତି ଜିଲ୍ଲାରେ ସର୍ବାଧିକ ୧୮ଜଣଙ୍କର ପ୍ରାଣହାନି ଘଟିଛି। େସ ମଧ୍ୟରୁ ୧୫ ଜଣ ବାରଘର ପାହାଡ ଧସିବା ଘଟଣାରେ ପ୍ରାଣ ହରାଇଛନ୍ତି। ଏମାନଙ୍କ ବ୍ୟତୀତ ଭଦ୍ରକର ସତ୍ୟସୁନ୍ଦର ମହାପାତ୍ର ଓ କାଶୀନଗରର ରିତୁ ଶବରଙ୍କର କାନ୍ଥପଡି ମୃତ୍ୟୁ ଘଟିଛି। େମାଟ ୬ଜଣଙ୍କର ଏଭଳି ମୃତ୍ୟୁ େହାଇଛି। ଅନୁଗୁଳ ସାମ୍ପେଇ ଦାସ, ଗଞ୍ଜାମ େସାରଡାର ପ୍ରଫୁଲ୍ଲ ମଲ୍ଲିକ, ହିଞ୍ଜିଳିକାଟୁର ଶିଶିର ନାୟକ ଓ ନୟାଗଡର ଅଭିମନ୍ୟୁ ମାଝୀ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ଗଜପଡି ଚିକିଟିର ରାେଜଶ୍ବରୀ ନାୟକ ମୃତ୍ୟୁ େହାଇଛି।

ଆଜି ଶ୍ରୀ େସଠୀ କହିଛନ୍ତି, “ବିଭିନ୍ନ ଆଡୁ ଲୋକଙ୍କ ମୃତ୍ୟୁ ଖବର ଆସୁଛି। କାନ୍ଥ ପଡ଼ି, ପାହାଡ଼ରୁ ଅତଡ଼ା ଖସି ଓ ଗଛ ପଡ଼ି ଲୋକଙ୍କର ମୃତ୍ୟୁ ହୋଇଥିବା ଖବର ଆସୁଛି। ଏସବୁର ତଦନ୍ତ କରାଯିବ।” ସହିଭଳି ସରକାରୀ ରିେପାର୍ଟ ବୟାନ କରୁଛି,“୧୬ଟି ଜିଲ୍ଲାର ୧୪୪ଟି ବ୍ଲକ୍‌ରେ ୫୭ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ରାସ୍ତାଘାଟ ଅଧିକ କ୍ଷତି ହୋଇଛି। ଏହି ୪ଟି ଜିଲ୍ଲାରେ ୯୦୦ କି.ମି.ର ୧୫୧ଟି ରାସ୍ତା ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ୧.୪୮ ଲକ୍ଷ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି। ପ୍ରତ୍ୟେକ ଘଟଣା ପରେ ଅନୁଧ୍ୟାନ କରାଯିବା ପରେ ସହାୟତା ଦିଆଯିବ।

ସମ୍ବନ୍ଧିତ ଖବର