୨୬ଜଣ ବରିଷ୍ଠ ଓଏଏସ୍‌ଙ୍କ ମଧ୍ୟରେ ଅଦଳ ବଦଳ

ଭୁବନେଶ୍ୱର : ଆଜି ୨୬ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳ ବଦଳ ହୋଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ଏମ୍‌ଏସ୍‌ଏମ୍‌ଇ ବିଭାଗରେ କାର୍ଯ୍ୟରତ ଅତିରିକ୍ତ ସଚିବ ମନ୍ମଥ କୁମାର ବିଶ୍ୱାଳଙ୍କୁ ବିଜ୍ଞାନ ଓ କାରିଗରୀ ବିଭାଗକୁ ବଦଳି କରାଯାଇଛି। ଅନୁଗୁଳ ଏଡିଏମ୍‌ ଶ୍ରୀନିବାସ ବେହେରାଙ୍କୁ ଏସ୍‌ଟିଏ, କଟକକୁ ଅତିରିକ୍ତ ପରିବହନ କମିସନର ଭାବେ; କଟକ ଡିଆରଡିଏର ପିଡି ଉଦୟ ନାରାୟଣ ଦାସଙ୍କୁ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ; ପାରାଦୀପ ଏଡିଏମ୍‌ ବିଶ୍ୱଜିତ୍‌ ବିଶ୍ୱାଳଙ୍କୁ କୃଷି ବିଭାଗର ଅତିରିକ୍ତ ସଚିବ; ଢେଙ୍କାନାଳ ପିଡି, ଡିଆରଡିଏ ପ୍ରଭାତ କୁମାର ଭୋଇଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ; ପାଲଲହଡ଼ା ଉପଜିଲ୍ଲାପାଳ ତପନ କୁମାର ଶତପଥୀଙ୍କୁ ଅନୁଗୁଳ ଏଡିଏମ୍‌; କଳିଙ୍ଗନଗର ସ୍ପେଶାଲ୍‌ ଏଲ୍‌ଏଓ ନିହାର ରଂଜନ ଦାସଙ୍କୁ ଜଳ ସଂପଦ ବିଭାଗ; ଆଠଗଡ଼ ଉପଜିଲ୍ଲାପାଳ ହରିଶ ଚନ୍ଦ୍ର ନାୟକଙ୍କୁ ଏଡିଏମ୍‌ କେନ୍ଦ୍ରାପଡ଼ା; ଅନୁଗୁଳ ଉପଜିଲ୍ଲାପାଳ ସରୋଜ ମହାନ୍ତିଙ୍କୁ କଟକ ପିଡି, ଡିଆରଡିଏ; କଳିଙ୍ଗନଗର ଆରଆଇସି ଜେନେରାଲ୍‌ ମ୍ୟାନେଜର ମନୋରଞ୍ଜନ ମଲ୍ଲିକଙ୍କୁ ଖୋର୍ଧାର ଏଡିଏମ୍‌, ସାଧାରଣ ପ୍ରଶାସନ ବିଭାଗରେ କାର୍ଯ୍ୟରତ ବରିଷ୍ଠ ଓଏଏସ୍‌ ମାର୍ସେଲ ଏକ୍କାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାକୁ ପିଡି ଭାବେ; ଗଜପତି ଆଇଟିଡିଏ ପିଏ ପରୀକ୍ଷିତ ସେଠୀଙ୍କୁ ନବରଙ୍ଗପୁର ଏଡିଏମ୍‌; କଳାହାଣ୍ଡି ପିଡି, ଡିଆରଡିଏ ସୁକାନ୍ତ ତ୍ରିପାଠୀଙ୍କୁ ରାୟଗଡ଼ା ଡିଆରଡିଏ ପିଡି; ଟିସ୍କୋ ଛତ୍ରପୁରର ପୂର୍ବତନ ସ୍ପେଶାଲ୍‌ ଏଲ୍‌ଏଓ ସାଧାରଣ ପ୍ରଶାସନ ବିଭାଗରେ ଯୋଗ ଦେଇଥିବା ରମାକାନ୍ତ ସେଠୀଙ୍କୁ ଗଞ୍ଜାମ ଡିୟୁଡିଏର ପିଡି; ମଧୁସୂଦନ ମିଶ୍ର, ରାୟଗଡ଼ା ପିଡି, ଡିଆରଡିଏଙ୍କୁ ଭଦ୍ରକ ପିଡି, ଡିଆରଡିଏ; ଭଦ୍ରକ ଡିଆରଡିଏ, ପିଡି ଦିଲ୍ଲୀପ କୁମାର ସାହଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗ ଯୁଗ୍ମ ସଚିବ, କାହ୍ନଚରଣ ଧୀର, ଉପଜିଲ୍ଲାପାଳ, କେନ୍ଦ୍ରାପଡ଼ାଙ୍କୁ ପାରାଦୀପ ଏଡିଏମ୍‌; ବସନ୍ତ ରାଉତ, ରାମ୍‌ସାର ଉପ ନିର୍ଦେଶକଙ୍କୁ କଳାହାଣ୍ଡି ଡିଆରଡିଏ, ପିଡି; ଭଦ୍ରକ ଉପଜିଲ୍ଲାପାଳ ନରୋତ୍ତମ ବେହେରାଙ୍କୁ ଢେଙ୍କାନାଳ ପିଡି, ଡିଆରଡିଏ; ବାରିପଦା, ଆଇଟିଡିଏ, ପିଏ ବ୍ରହ୍ମାନନ୍ଦ ବେହେରାଙ୍କୁ ରାଜସ୍ୱ ବିଭାଗ ଯୁଗ୍ମ ସଚିବ; ଗଜପତି ଡିପିସି ଅନାମ ଚରଣ ପାତ୍ରଙ୍କୁ ସେହି ଜିଲ୍ଲାର ଡିଆରଡିଏ, ପିଡି; ଗଜପତି ଡିଆରଡିଏ, ପିଡି ଶରତ ମହାନ୍ତିଙ୍କୁ ଓଟିଡିସି, ଭୁବନେଶ୍ୱରର ଜିଏମ୍‌; ଭବାନୀପାଟଣା ଆଇଟିଡିଏ, ପିଏ, ରାଜେନ୍ଦ୍ର କୁମାର ରଣଜିତ୍‌ଙ୍କୁ ଭବାନୀପାଟଣା ଉପଜିଲ୍ଲାପାଳ; ରାଜଗାଙ୍ଗପୁର ପୌରପାଳିକାର ନିର୍ବାହୀ ଅଧିକାରୀ ଅନନ୍ତ ନାରାୟଣ ସିଂହ ଲାଗୁରୀଙ୍କୁ ନୀଳଗିରି ଆଇଟିଡିଏ, ପିଏ; ମାଲକାନଗିରି ଡିଆରଡିଏ, ଏପିଡି ଅମିୟ ସାହୁଙ୍କୁ ଆଠଗଡ଼ ଉପ ଜିଲ୍ଲାପାଳ ଏବଂ ସଂଜୟ ମିଶ୍ର, କେନ୍ଦ୍ରାପଡ଼, ଡିଆରଡିଏ, ଏପିଡିଙ୍କୁ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

୬୮ ଓଏଏସ୍‌ ଅଧିକାରୀଙ୍କ କନିଷ୍ଠରୁ ବରିଷ୍ଠ ଭାବେ ସର୍ତମୂଳକ ପଦୋନ୍ନତି

ଭୁବନେଶ୍ୱର : ଆଜି ୬୮ଜଣ କନିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ବରିଷ୍ଠ ଓଏଏସ୍‌ ଭାବେ ପଦୋନ୍ନତି ଦେଇଛନ୍ତିି ରାଜ୍ୟ ସରକାର। କିନ୍ତୁ ଏ ନେଇ ସର୍ତ ରଖାଯାଇଛି। ଓଡ଼ିଶା ଲୋକସେବା କମିସନ(ଓପିଏସ୍‌ସି)ଙ୍କ ପରାମର୍ଶ ଅନୁଯାୟୀ ଏହି ୬୮ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ତେବେ ଏହା ବର୍ଷକ ପାଇଁ ଲାଗୁ ହେବ କିମ୍ବା ଓପିଏସ୍‌ସିଙ୍କ ସୁପାରିସ ମିଳିବା ପର୍ଯ୍ୟନ୍ତ ପଦୋନ୍ନତି ଆଦେଶ ବଳବତ୍ତର ରହିବ। ସେହିପରି ଏହି ପଦୋନ୍ନତି କୋର୍ଟରେ ବିଚାରାଧୀନ ଥିବା ମାମଲାର ରାୟ ଉପରେ ନିର୍ଭର କରୁଛି। ପଦୋନ୍ନତି ପାଇଥିବା ୬୮ଜଣଙ୍କ ମଧ୍ୟରୁ ମାତ୍ର ୮ଜଣଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଅନ୍ୟ ସମସ୍ତଙ୍କ ନିଯୁକ୍ତି ସ୍ଥାନ ଅପରିବର୍ତିତ ରହିଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର