ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୧ ଟି ସଂସ୍ଥା ପକ୍ଷରୁ ୨୭ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର: ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନଉଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରାଯାଇଛି । ଆଜି ଏସାର ଷ୍ଟିଲ୍‌ ପକ୍ଷରୁ ୧୦ ଲକ୍ଷ, ଏସପ୍ଳାନେଟ ପକ୍ଷରୁ ଶ୍ୟାମା ଝା ଓ ପର୍ଥପ୍ରତିମ ନାୟକ ୧୧ ଲକ୍ଷ, ବାଙ୍ଗାଲୋରର କଳିଙ୍ଗ ୟୁଥ ଆସୋସିଏସନ ୧ ଲକ୍ଷ, ସ୍ମାଇଲ ପ୍ଳିସ୍‌ ସଂସ୍ଥା ପକ୍ଷରୁ ୨୦ ହଜାର ଟଙ୍କା ଓ ଅଲ୍‌ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଳେସମେଣ୍ଟ ଫୋରମର ଡଃ ଜଗନ୍ନାଥ ମହାପାତ୍ର ୧ ଲକ୍ଷ ଟଙ୍କା, ରାଜ୍ୟ ଅର୍ଥ କମିଶନର ଅଧ୍ୟକ୍ଷ ଶ୍ରୀ ଆର୍‌,ଏନ୍‌. ସେନାପତି ୩୦ ହଜାର, ଭନିକ ଏଜୁକେସନ୍‌ ପ୍ରାଇଭେଟ ଲିମିଟେଡ ୧ଲକ୍ଷ, ଶ୍ରୀ ଲୋକନାଥ ଭୋଇ ୧୦ ହଜାର ଏବଂ ବିଧାୟକ ଶ୍ରୀ ପ୍ରତାପ ଜେନା ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ଏହି ପରି ଭାବେ ୧୧ ଟି ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଖା ପାଖି ୨୬ ଲକ୍ଷ ୮୧ ହଜାର ଟଙ୍କା ଦାନ କରାଯାଇଛି ।

ସମ୍ବନ୍ଧିତ ଖବର