କେନ୍ଦୁଝର: ତେଲକୋଇରେ ଚିକିତ୍ସା ନାଁରେ ୩ ଶିଶୁଙ୍କୁ ଚେଙ୍କ, ୨୮ ଦିନର ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର: ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ କୁସଂସ୍କାର ଯାଇ ନାହିଁ। ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏହାର ପ୍ରଭାବ ଆଜି ବି ରହିଚି। ସୂଚନା ଓ ପ୍ରଯୁକ୍ତିବିଦ୍ୟା ଅନେକ ବାଟ ଅତିକ୍ରମ କରି ସାରିଥିବା ବେଳେ ପୁରୁଣା ପଦ୍ଧତିକୁ ନେଇ ଅନେକ ପରିବାର ବଂଚୁଛନ୍ତି। ଏମିତି ଏକ ଘଟଣା ଶନିବାର କେନ୍ଦୁଝର ଜିଲ୍ଲାର ତେଲକୋଇ ଅଂଚଳରେ ଦେଖିବାକୁ ମିଳିଛି। ରିପୋର୍ଟ ଅନୁସାରେ ରୋଗ ଠିକ୍‌ କରିବା ପାଇଁ ଚିକିତ୍ସା ନାଁରେ ୩ ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଛି। ଚେଙ୍କ ଖାଇଥିବା ୩ ଜଣ ଶିଶୁଙ୍କ ମଧ୍ୟରୁ ଜଣେ ୨୮ ଦିନର ଝିଅକୁ ଗୁରୁତର ଭାବରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ବିମଳା ପଂଚାୟତର ଟାଙ୍ଗିରି କୁଆଙ୍ଗ ସାହିରେ ଆଜି ୩ ଜଣ ଶିଶୁକୁ ଚେଙ୍କ ଦିଆଯାଇଥିଲା। ଏଥିରେ ଶିଶୁ କନ୍ୟା ଅଧିକ ଗୁରୁତର ଅବସ୍ଥାର ସମ୍ମୁଖୀନ ହୋଇଥିଲା। ପରେ ପରିବାର ଲୋକେ ଶିଶୁକନ୍ୟାକୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର