୨୯ ଆଇଏଏସ୍‌ଙ୍କୁ ପଦୋନ୍ନତି

୪ଜଣ ପ୍ରମୁଖ ସଚିବ, ୭ଜଣ ହେବେ ସଚିବ

ଭୁବନେଶ୍ୱର : ଆଜି ସାଧାରଣ ପ୍ରଶାସନ ବିଭାଗ ୪ଟି ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ୨୯ଜଣ ଆଇଏଏସ୍‌ ଅଫିସରଙ୍କ ପଦୋନ୍ନତି ହୋଇଛି। ଏହା ସେମାନଙ୍କ ପାଇଁ ନୂଆବର୍ଷର ଭେଟି। ୨୦୧୮ ଜାନୁଆରି ୧ ତାରିଖଠାରୁ ସେମାନଙ୍କର ପଦୋନ୍ନତି ଜନିତ ସମସ୍ତ ସୁବିଧା ଲାଗୁ ହେବ। ଏମାନଙ୍କ ମଧ୍ୟରୁ ୪ଜଣ ଆଇଏଏସ୍‌ ଅଫିସର ପ୍ରମୁଖ ଶାସନ ସଚିବ ଏବଂ ୭ଜଣ କମିସନର-ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇବାକୁ ଯାଉଛନ୍ତି। ତେବେ ପଦୋନ୍ନତି ସହିତ ସେମାନଙ୍କର ବିଭାଗ ପରିବର୍ତନ ଉଲ୍ଲେଖ କରାଯାଇନାହିଁ।

୧୯୯୩ ବ୍ୟାଚ୍‌ର ୪ଜଣ ଆଇଏଏସ୍‌ ଅଫିସର ଯଥା: ପଞ୍ଚାୟତିରାଜ ବିଭାଗ ସଚିବ ଦେଓରଂଜନ କୁମାର ସିଂହ, ଅବକାରୀ ବିଭାଗ ସଚିବ ନିକୁଞ୍ଜ ବିହାରୀ ଧଳ, ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଅଶୋକ କୁମାର ମୀନାଙ୍କୁ ପ୍ରମୁଖ ସଚିବ ହେବେ। ୨୦୦୨ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ଡ. କ୍ରିଷନ୍‌ କୁମାର, ଗିରୀଶ ଏସ୍‌.ଏନ୍‌., ଡ. ମୃଣାଳିନୀ ଦର୍‌ସ୍ୱାଲ୍‌, ବିଶ୍ୱନାଥ ମଲ୍ଲିକ, ଆନନ୍ଦ ଚନ୍ଦ୍ର ସିଅଳ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ଓ୍ଵିଲିୟମ୍‌ ବିଲୁଙ୍ଗ କମିସନର-କମ୍‌-ସଚିବ ପାହ୍ୟାକୁ ପଦୋନ୍ନତି ପାଇବେ। ୨୦୦୫ ବ୍ୟାଚ୍‌ର ଆଇଏଏସ୍‌ ଆର.ଭିନିଲ୍‌ କ୍ରିଷ୍ଣା, ପାଟିଲ୍‌ ରାଜେଶ ପ୍ରଭାକର, ହରିବଲ୍ଲଭ ମିଶ୍ର, ଦେବେନ୍ଦ୍ର ମହାପାତ୍ର, ରତ୍ନାକର ରାଉତ, ଦାଶରଥି ଶତପଥୀ, ପ୍ରତାପ ଚନ୍ଦ୍ର ଦାଶ, ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ, ନିର୍ମଳ ଚନ୍ଦ୍ର ମିଶ୍ର, ମଧୁସୂଦନ ମିଶ୍ର, ଅଞ୍ଜନ କୁମାର ମାଣିକ, ବେଣୁଧର ବେହେରା, ପ୍ରସନ୍ନ କୁମାର ଜେନା, ଦେବେନ୍ଦ୍ର କୁମାର ଜେନା ସିଲେକ୍‌ସନ୍‌ ଗ୍ରେଡ୍‌କୁ ଏବଂ ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଡ. ବିଜୟ କୁମାର ଉପାଧ୍ୟାୟ, ଡି. ପ୍ରଶାନ୍ତ କୁମାର ରେଡ୍ଡୀ, ଭି.ଜୟକୁମାର, ଏନ୍‌.ତିରୁମାଲା ନାୟକ ଜୁନିୟର ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି କରାଯାଇଛି।

ସମ୍ବନ୍ଧିତ ଖବର