ଆସନ୍ତାକାଲି ଠାରୁ କୁହୁଡ଼ି, ୮ରୁ ରାଜ୍ୟର ଏହି ଜିଲ୍ଲାଗୁଡ଼ିକରେ ବର୍ଷା ଆଶଙ୍କା
ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଗୁରୁବାର ଠାରୁ କୁହୁଡ଼ି ବଢ଼ିବ। ଭୋର ସକାଳୁ ଯାତାୟତ ପ୍ରଭାବିତ ହୋଇପାରେ। ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ କୁହୁଡ଼ି ଲାଗି ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମୟରେ ଓଡ଼ିଶା କେନ୍ଦ୍ରୀୟ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ବର୍ଷା ହୋଇପାରେ। ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ୭ ତାରିଖ ରାତିରୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ।
ସେହିଭଳି ଫେବ୍ରୁଆରି ୮ରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେଉଁଝର, ମୟୂରଭଂଜ, ନୂଆପଡ଼ା, ଅନୁଗୁଳ, ବରଗଡ଼, ସୋନପୁର, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ବର୍ଷା ହେବାର ଅନୁମାନ କରାଯାଇଛି। ସେହିଭଳି ଫେବ୍ରୁଆରି ୯ରେ କନ୍ଧମାଳ, ବୌଦ୍ଧ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଂଜ, ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାରେ ବର୍ଷା ହୋଇପାରେ।