ସେବାୟତଙ୍କ ଅସହଯୋଗ ଯୋଗୁଁ ଶ୍ରୀମନ୍ଦିର ନୀତିରେ ଦୁଇ ଘଣ୍ଟା ବିଳମ୍ବ

ପୁରୀ: ସେବାୟତମାନେ ଆନ୍ଦୋଳନରେ ବସିବାରୁ ଗୁରୁବାର ପ୍ରତ୍ୟୁଷରେ ଶ୍ରୀମନ୍ଦିରର ବିଭିନ୍ନ ନୀତିରେ ଦୁଇ ଘଣ୍ଟା ବିଳମ୍ବ ହୋଇଛି।

ପ୍ରତିଶ୍ରୁତି ଅନୁସାରେ, ସାହାଣମେଲା ଓ ପରିମାଣିକ ଦର୍ଶନ ବନ୍ଦ ଯୋଗୁଁ ସେବକମାନଙ୍କ କ୍ଷତିପୂରଣ ବାବଦ ଅର୍ଥ ପ୍ରତି ମାସରେ ଦିଆ ଯାଉ ନ ଥିବାରୁ ଆଜି ସେବକମାନେ ଅସହଯୋଗ ଆରମ୍ଭ କରିଥିଲେ। ପ୍ରତି ମାସରେ ଏହି ଅର୍ଥ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ।

ବିନା ଅର୍ଥରେ ପାଳିଆ ସେବକମାନଙ୍କୁ ଡକା ନ ଯାଉ ବୋଲି ଉଲ୍ଲେଖ କରି ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ପାଖକୁ ନିବେଦନ ପତ୍ର ଦେଇଛନ୍ତି।

ଦୁଇ ଘଣ୍ଟା ପରେ ଆନ୍ଦୋଳନରତ ସେବକମାନେ ପୁଣି ଶ୍ରୀମନ୍ଦିର ଦୈନନ୍ଦିନ ନୀତି ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର