ଭୁବନେଶ୍ୱର: ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ କମଳାଙ୍ଗ ଠାରେ ବିଦ୍ୟୁତ ତାର ଆଘାତରେ ରେ ୭ଟି ହାତୀ ମୃତ୍ୟୁ ଘଟଣାରେ ୩ ଜଣଭ୍କୁ ଆଜି କ୍ରାଇମବ୍ରାଞ୍ଚ୍ ଟିମ୍ ଗିରଫ କରିଛି। ଗିରଫ ୩ ଜଣ ସରକାରୀ କର୍ମଚାରୀ ପୂର୍ବରୁ ନିଳମ୍ବିତ ହୋଇଥିଲେ। କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ଅଭିଯୁକ୍ତମାନେ ହେଲେ ବିଦ୍ୟୁତ ବିଭାଗର ନିଳମ୍ବିତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍ ଫରେଷ୍ଟର ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ।ବନ ବିଭାଗ ପ୍ରଭାକର ରଣା ଓ ଗିରିଶ ଦେହୁରୀଙ୍କୁ ମଧ୍ୟ ବନ ବିଭାଗ ନିଳମ୍ବିତ କରିଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୭ ତାରିଖରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗ ଗାଁ ପାଖରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବନ ବିଭାଗ ସେସୁ ଉପରେ ଓ ସେସୁ ବନବିଭାଗ ଉପରେ ଦୋଷାରାପ କରିଥିେଳେ। ଏପରିକି ଏହାକୁ ନେଇ ବିରୋଧୀଦଳ ଗୁଡ଼ିକ ସରକାରଙ୍କୁ ମଧ୍ୟ ସମଲୋଚନା କରିଥିଳେ। ଶେଷରେ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୨୮ ତାରିଖ ଦିନ ନିର୍ଦ୍ଦେଶ ଦେଇଥିଲେ। ଏହି ଘଟରାର ତଦନ୍ତ ପାଇଁ ୨୯ ତାରିଖରେ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଢେଙ୍କାନାଳ ଯାଇ ତଦନ୍ତ ଆରମ୍ଭ କରିଥିଲେ।ଏହି ଘଟଣାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ବନ ବିଭାଗ ପ୍ରଭାକର ଓ ଗିରିଶଙ୍କ ସମେତ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରିଛି। ସେହିପରି ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତିଙ୍କ ସହିତ ଅନ୍ୟ ତିନି ଜଣଙ୍କୁ ନିଳମ୍ବିତ କରାଯାଇଛି।