ସିହିନୀ ଗ୍ରାମରେ ବୃଦ୍ଧଙ୍କୁ ହତ୍ୟା, ୩ ଅଟକ

ବେଲପଡ଼ା : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ସିହିନୀ ଗ୍ରାମ ଆମପଡ଼ାର ମାର୍କଣ୍ଡ ରଣା(୫୫)ଙ୍କୁ ବୁଧବାର ବିଳମ୍ବିତ ରାତିରେ ହତ୍ୟା କରାଯାଇଛି। ମୃତକଙ୍କ ପୁଅ ବିଜୁ ରଣା ଗ୍ରାମର ୩ଜଣ ବ୍ୟକ୍ତି ହତ୍ୟା କରିଥିବା ସଂନ୍ଦେହ କରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବେଲପଡ଼ା ପୁଲିସ ଓ ପାଟଣାଗଡ଼ ଏସଡିପିଓ  ସୁରେଶ ନାଏକ ଘଟଣାସ୍ଥଳକୁ ଯାଇ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରଛନ୍ତି। ବେଲପଡ଼ା ଥାନା କେସ୍‌ ନଂ ୯୨/୧୯ରେ ମାମଲା ରୁଜୁ କରି ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଜୁଛି। ଏହା ଏକ ହତ୍ୟାକଣ୍ଡ ବୋଲି ପୁଲିସ ନିଶ୍ଚିତ ହୋଇଥିବା ବେଳେ ଘଟଣାଟି ଅଂଚଳରେ ଚାଂଚଲ୍ୟ ଖେଳାଇ ଦେଇଛି। ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ସହ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରାଯାଇଥିଲା। କୁକୁର ଗ୍ରାମର କିଛି ବ୍ୟକ୍ତିଙ୍କ ଘର ଓ ପ୍ରହରୀ ମଣ୍ଡପକୁ ଯାଇ ଫେରିଥିଲା। ଘଟଣା ସଂପର୍କରେ ପୁଲିସକୁ କିଛି ସୁରାକ ମିଳିଥିବା ବେଳେ ସଂନ୍ଦେହରେ ଗ୍ରାମର ୩ଜଣ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରା ଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର