ରାଜ୍ୟସଭା ନିର୍ବାଚନ: ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡିର ୩ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ ରହିଥିବା ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅପିସର ରାଜେଶ ପାଟିଲ ସୂଚନା ଦେଇଛନ୍ତି। ଯେହେତୁ ଅନ୍ୟ କୌଣସି ପ୍ରାର୍ଥୀ ରାଜ୍ୟସଭା ଆସନ ପାଇଁ ପ୍ରତିିଦ୍ୱନ୍ଦିତା କରୁ ନାହାଁନ୍ତି, ଏହି ୩ ଜଣ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହେବା ସ୍ପଷ୍ଟ ହୋଇଯାଇଛି।
ସୂଚନାଯୋଗ୍ୟ ଯେ ଗତ ୯ ତାରିଖ ଦିନ ପ୍ରଥମେ ବିଜେଡି ପ୍ରାର୍ଥୀଭାବେ ପ୍ରଶାନ୍ତ ନନ୍ଦ ପ୍ରାର୍ଥୀପତ୍ର ପତ୍ର ଦାଖଲ କରିଥଲେ। ପରେ ପରେ ରିଟର୍ଣ୍ଣିଂ ଅଫସର ଶ୍ରୀ ପାଟିଲଙ୍କ ବିଧାନସଭାର ୫୪ ନମ୍ବର କୋଠରୀରେ ଥିବା କାର୍ଯ୍ୟାଳୟରେ ପହଞ୍ଚିଥିଲେ ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ଶ୍ରୀ ପଟ୍ଟନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖ , ବରିଷ୍ଠ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଉପସ୍ଥିତିରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକ ରାଜ୍ୟ ସଭା ପ୍ରାଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।
ପରେ ପରେ ସମାଜସେବୀ ଅଚ୍ୟୁତ ସାମନ୍ତ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଆରୁଖଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର