ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ପ୍ରାର୍ଥୀ କୋଟିପତି

ଭୁବନେଶ୍ବର : ପ୍ରାର୍ଥିପତ୍ର ଦାଖଲ କରିଥିବା ତିନି ଜଣ ଯାକ ପ୍ରାର୍ଥୀ ଆଜି ସମ୍ପତ୍ତି ତାଲିକାର ସତ୍ୟପାଠ ଦେଇଛନ୍ତି। ସବୁ ପ୍ରାର୍ଥୀ କୋଟିପତି। ବିଜେଡିର ଦୁଇ ପ୍ରାର୍ଥୀଙ୍କ ଠାରୁ ବିଜେପି ପ୍ରାର୍ଥୀଙ୍କ ସମ୍ପତ୍ତି ଅଧିକ।

ବିଜେଡି ପ୍ରାର୍ଥୀ ଅମର ପଟ୍ଟନାୟକଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୩ କୋଟି ୧୦ ଲକ୍ଷ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୨ କୋଟି ୮୦ ଲକ୍ଷ ୧୨ ହଜାର ୧୦ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତିର ମୂଲ୍ୟ ୨ କୋଟି ୨୦ ଲକ୍ଷ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୯୭ ଲକ୍ଷ ୭୮ ହଜାର ୪୯୫ ଟଙ୍କା। ଶ୍ରୀ ପଟ୍ଟନାୟକଙ୍କ ନାମରେ ୨୭ ଲକ୍ଷ ୯୨ ହଜାର ୫୬୦ ଟଙ୍କା ଓ ତାଙ୍କ ପତ୍ନୀଙ୍କ ନାମରେ ୩୫ ଲକ୍ଷ ୩୦ ହଜାର ୯୩୭ ଟଙ୍କାର ଋଣ ବି ରହିଛି।

ବିଜେଡିର ଅନ୍ୟତମ ପ୍ରାର୍ଥୀ ସସ୍ମିତ ପାତ୍ରଙ୍କ ସ୍ଥାବର ସମ୍ପତ୍ତି ମୂଲ୍ୟ ୨,୬୧,୨୩,୨୦୦ ଟଙ୍କା ଓ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩୨ ଲକ୍ଷ ୩୫ ହଜାର ୮୧୧ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ ଥିବା ସ୍ଥାବର ସମ୍ପତ୍ତି ମୂଲ୍ୟ ୮୦ ଲକ୍ଷ ଟଙ୍କା ହୋଇଥିଲା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୩୬ ଲକ୍ଷ ୬୪ ହଜାର ୬୦୬ ଟଙ୍କା। ଶ୍ରୀ ପାତ୍ରଙ୍କ ନାମରେ ୧,୫୪,୩୭୭ ଟଙ୍କା ଋଣ ରହିଛି। ବି‌େଜପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କ ନାମରେ ଥିବା ଅସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୧୧ କୋଟି ୮୦ ଲକ୍ଷ ୨୭ ହଜାର ୩୫୯ ଟଙ୍କା। ତାଙ୍କର ସ୍ଥାବର ସମ୍ପତ୍ତି ମୂଲ୍ୟ ହେଉଛି ୩ କୋଟି ୪୫ ଲକ୍ଷ ଟଙ୍କା। ତାଙ୍କ ପତ୍ନୀଙ୍କ ନାମରେ କୌଣସି ସ୍ଥାବର ସମ୍ପତ୍ତି ନ ଥିବା ବେଳେ ଅସ୍ଥାବର ସମ୍ପତ୍ତି ମୂଲ୍ୟ ୧ କୋଟି ୧୯ ଲକ୍ଷ ୪୧ ହଜାର ୬୪୫ ଟଙ୍କା। ଶ୍ରୀ ବୈଷ୍ଣବଙ୍କ ନାମରେ କୌଣସି ଋଣ ନ ଥିବା ସେ ସତ୍ୟପାଠରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର