ବାଇକ୍‌କୁ ଧକ୍କା ଦେଲା ଟ୍ରାକ୍ଟର: ୩ ମୃତ

ବେତନଟୀ : ଆଜି ସନ୍ଧ୍ୟାରେ ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ପୁରୁଣାପାଣି ଓ ତାରାକୋଠି ମଧୢରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଧାନ ବୋଝେଇ ଟ୍ରାକ୍ଟର ସାମ୍ନା ପଟୁ ଆସୁଥିବା ଗୋଟିଏ ବାଇକ୍‌କୁ ଧକ୍କା ଦେବାରୁ ତିନି ଜଣ ପ୍ରାଣ ହରାଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଲକ୍ଷ୍ମୀପୁରର ବୀର ସିଂ(୩୩), ତାଙ୍କ ବିଧବା ଭଉଣୀ ଶାନ୍ତି ସିଂ (୨୮) ଓ ୪ ବର୍ଷର ଭାଣିଜୀ ରାକ୍ଷୀ। ସେହିପରି ମୃତ ଶାନ୍ତିଙ୍କ ଝିଅ ରଶ୍ମିରେଖା(୧୦) ଗୁରୁତର ଆହତ ହୋଇଛି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ଆସନ୍ତାକାଲି ୩ ଜଣଙ୍କ ଶବ ବ୍ୟବଚ୍ଛେଦ କରା ଯିବ ବୋଲି ସୂଚନା ମିଳିଛି ା

ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓଆର-୧୧ଏ-୯୪୯୦ ନମ୍ବର ଟ୍ରାକ୍ଟରଟି ଧାନ ବୋଝେଇ କରି ଦ୍ରୁତ ଗତିରେ ଆସୁଥିବାବେଳେ ବିପରୀତ ଦିଗରୁ ଆସୁଥିବା ଓଡି-୧୧କେ-୪୨୬୨ ହିରୋ ଏଚିଭର୍‌କୁ ଧକ୍କା ଦେଇଥିଲା। ଏହି ବାଇକ୍‌ରେ ମୋଟ ଚାରି ଜଣ ବସିଥିଲେ ା ଟ୍ରାକ୍ଟର ଧକ୍କା ଫଳରେ ସମସ୍ତେ ଜାତୀୟ ରାଜପଥ ଉପରେ ଛିଟିକି ପଡ଼ିଥିଲେ। ଏଥିରେ ଘଟଣାସ୍ଥଳରେ ବୀର ସିଂ ଏବଂ ତାଙ୍କ ଭିଣୋଇ ବୈଶିଙ୍ଗା ଥାନା ଅଧୀନ ଦଲଦଲିର ଅକ୍ଷୟ ସି˚ଙ୍କ ୪ ବର୍ଷର ଝିଅ ରାକ୍ଷୀର ମୃତ୍ୟୁ ଘଟିଥିଲା। ତେବେ ଗୁରୁତର ଅବସ୍ଥାରେ ଶାନ୍ତି ସି˚ ଓ ତାଙ୍କ ଝିଅ ରଶ୍ମିରେଖାକୁ ବେତନଟୀ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବେତନଟୀ ଡାକ୍ତରଖାନାରେ ଡାକ୍ତର ରେଣୁକା ସୋରେନ ଓ ଡାକ୍ତର ସନ୍ଦୀପ ସାମଲ ଶାନ୍ତି ଓ ରଶ୍ମିରେଖାଙ୍କୁ ଚିକିତ୍ସା କରୁଥିବାବେଳେ ଶାନ୍ତିଙ୍କର ମୃତ୍ୟୁ ଘଟିଥିଲା ା ରଶ୍ମିରେଖାଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନସ ଯୋଗେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ା

ସମ୍ବନ୍ଧିତ ଖବର