ଲୁଗା ଶୁଖାଇବାବେଳେ ବିଦ୍ୟୁତ ନେଲା ୨ ଜୀବନ

ବଲାଙ୍ଗୀର: ବିଦ୍ୟୁତ ନେଲା ଜୀବନ । ବଲାଙ୍ଗୀର ଲୋଇସିଂହାରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସ୍ୱାମୀ ଓ ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀକୁ ବଂଚାଇବାକୁ ଯାଇ ସ୍ୱାମୀର ମୃତ୍ୟୁ ହୋଇଛି । ଲୁଗା ଶୁଖାଇବାବେଳେ ଘଟିଥିଲା ଏଭଳି ଅଘଟଣ । ମିଳିଥିବା ସୂଚନା ମୁତାବକ ଲୋଇସିଂହାର ଆଗଲପୁରରେ ରଜନୀ ନାଗ ଲୁଗା ଶୁଖାଉଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ | ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ୱାମୀ ହେମନ୍ତ ନାଗ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ | ଯାହାଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା |

ସେହିପରି କଣ୍ଟାବାଞ୍ଜି ମୂରିବାହାଲ ଥାନା ଗୁୁରୁଣ୍ଡା ଗାଁରେ ବି ଘଟିଛି ଏଭଳି ଆଉ ଏକ ଅଭାବନୀୟ ଘଟଣା । ସାନ ଭଉଣୀକୁ ବଂଚାଇବାକୁ ଯାଇ ବଡ ଭାଇର ମୃତ୍ୟୁ ହୋଇଛି । ଗଣେଶ ପୂଜାରେ ଲାଗିଥିବା ଲିଚୁ ଲାଇଟରୁ କରେଂଟ ଲାଗି ଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ହେଉଛନ୍ତି କର୍ଣ୍ଣଦାନୀ ସରାଫ ।ଆଜି ସକାଳେ ସାନ ଭଉଣୀ ପ୍ରେମଲତା ଘର ବାହାରେ ଝାଡୁ କରୁଥିଲେ ।

ଠିକ୍ ଏତିକି ବେଳେ ଗଣେଶ ପୂଜା ପାଇଁ ଲଗାଯାଇଥିବା ଲିଚୁ ତାର ସଂସ୍ପର୍ଶରେ ଆସିଥିଲେ । କରେଂଟ ଲାଗିବାରୁ ସେ ଜୋରରେ ଚିତ୍କାର କରିଥିଲେ । ଭଉଣୀର ପାଟି ଶୁଣି ବଡ ଭାଇ କର୍ଣ୍ଣଦାନୀ ସେଠାରେ ପହଞ୍ଚି ତାରଟିକୁ ଟାଣିଥିଲେ । କିନ୍ତୁ ଭଉଣୀର ଜୀବନ ବଞ୍ଚାଇଥିବା ବେଳେ ନିଜେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ କଣ୍ଟାବାଞ୍ଜି ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର