ବ୍ୟାଙ୍କ କର୍ମଚାରୀଙ୍କ ପୂଜା ଛୁଟି ବାତିଲ, ୧୭ ଓ ୧୯ରେ ବ୍ୟାଙ୍କ ଖୋଲା ରହିବ !

ଭୁବନେଶ୍ୱର: ଦୁର୍ଗା ପୂଜା ହେତୁ ମହାଷ୍ଟମୀ ଓ ବିଜୟାଦଶମୀ ଦିନ ବ୍ୟାଙ୍କ କର୍ମଚାରୀଙ୍କୁ ଛୁଟି ଦିଆଯାଇଥାଏ। ତେବେ ଏହି ଛୁଟିକୁ ସୋମବାର ବାତିଲ କରାଯାଇଥିବା ନେଇ ରାଜସ୍ୱ ବିଭାଗ ବିଜ୍ଞପ୍ତି ଜାରି କରିଛି।

ରାଜସ୍ୱ ବିଭାଗ  ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି, ଗଞ୍ଜାମ, ଗଜପତି ଓ ରାୟଗଡ଼ାରେ ୧୭ ଓ ୧୯ରେ ବ୍ୟାଙ୍କ ଖୋଲା ରହିବ। ଅର୍ଥାତ୍‌ ମହାଷ୍ଟମୀ ଓ ବିଜୟାଦଶମୀ ଦିନ ବ୍ୟାଙ୍କ କର୍ମଚାରୀଙ୍କ ଛୁଟିକୁ ବାତିଲ କରି ଦିଆଯାଇଛି। ଏହି ତିନିଟି ଜିଲ୍ଲାରେ ଅନ୍ୟ ବ୍ୟାଙ୍କିଂ ଅନୁଷ୍ଠାନ ମଧ୍ୟ ଖୋଲା ରହିବ ବୋଲି ବିଜ୍ଞପ୍ତିରେ ସୂଚିତ ରହିଛି।

ଉଲ୍ଲେଖଯୋଗ୍ୟ, ଗତ ଗୁରୁବାର ଆସି ଥିବା ବାତ୍ୟା ‘ତିତ୍‌ଲି’ର ପ୍ରଭାବ ସର୍ବାଧିକ ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ଦେଖିବାକୁ ମିଳିଥିଲା। ‘ତିତ୍‌ଲି’ ପରେପରେ ଏହି ଜିଲ୍ଲାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଅନେକ ଲୋକ ଏବେ ବି ଜଳବନ୍ଦୀରେ ରହି ହନ୍ତସନ୍ତ ହେଉଛନ୍ତି। ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସମ୍ବନ୍ଧିତ ଖବର