+୩ ପରୀକ୍ଷା ଘୁଞ୍ଚାଇବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତିଙ୍କ ଅଫିସ ଘେରାଉ କଲେ ଛାତ୍ରଛାତ୍ରୀ

ଭୁବନେଶ୍ବର: +୩ ସେମିଷ୍ଟାର ପରୀକ୍ଷା ଘୁଞ୍ଚାଇବା ପାଇଁ  ଉତ୍କଳ ବିଶ୍ବବିଦ୍ୟାଳୟକୁ ଆସି କୁଳପତିଙ୍କ ଅଫିସ ଘେରାଉ କରିଛନ୍ତି ଛାତ୍ରଛାତ୍ରୀ। ବିଶ୍ବବିଦ୍ୟାଳୟ ଅଧିନରେ ଥିବା ବିଭିନ୍ନ କଲେଜରୁ ଛାତ୍ର-ଛାତ୍ରୀମ‌ାନେ ଆସି ଆଜି ଦିନ ୧୨ଟାରେ ପ୍ରଥମେ ବିଶ୍ବବିଦ୍ୟାଳୟ କାର୍ଯ୍ୟାଳୟ ପରେ  କୁଳପତିଙ୍କ ଅଫିସ ଘେରାଉ କରିଥିଲେ। ତେବେ ଛାତ୍ର-ଛାତ୍ରୀଙ୍କ ଅଫିସ ଘେରାଉ ପରେ ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକ ଆସି ସେମାନଙ୍କ ସମସ୍ୟା ବୁଝିବା ସହ ବାକିଥିବା  ପରୀକ୍ଷା ଜାନୁଆରି ୧୫ ପରେ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ମୁତାବକ, ଫନି ବାତ୍ୟା ପାଇଁ ସେ ସମୟ‌ରେ ହେବାକୁ ଥିବା ପରୀକ୍ଷା ୨ ମାସ ଲାଗି ଘୁଞ୍ଚି ଯାଇଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ଏବେ ଛାତ୍ର-ଛାତ୍ରୀମାନଙ୍କୁ ଗୋଟିଏ ବର୍ଷରେ ୩ଟି ସେମିଷ୍ଟାର ଦେବାକୁ ପଡ଼ୁଥିବାରୁ ସେମାନେ ଏହାର ବିରୋଧ କରିଥିଲେ। ଏହା ପରେ ପରୀକ୍ଷାକୁ କିଛି ଦିନ ଘୁଞ୍ଚାଇବା ପାଇଁ ବିଭିନ୍ନ କଲେଜର ଛାତ୍ର-ଛାତ୍ରୀମାନେ ମିଳିତ ଭାବେ ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ ପହଞ୍ଚି କୁଳପତିଙ୍କୁ ଭେଟି ଦାବି ଜଣାଇବାକୁ ଚାହିଥିଲେ । ତେବେ ଆନ୍ଦାଳନରତ  ଛାତ୍ରଛାତ୍ରୀ ଅଫିସ ଘେରାଉ କରିବା ପରେ ରେଜିଷ୍ଟ୍ରାର ଓ ପରୀକ୍ଷା ନିୟନ୍ତ୍ରକ ସେମାନଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ସମ୍ବନ୍ଧିତ ଖବର