ବିଷାକ୍ତ ଛତୁ ଖାଇ ୩ ଗୁରୁତର

ଚିଲିଗୁଡ଼ା : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ସିର୍ଲିପଡ଼ା ଗ୍ରାମରେ ବିଷାକ୍ତ ଛତୁ ଖାଇ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ପ୍ରକାଶ ଯେ ସିର୍ଲିପଡ଼ା ଗ୍ରାମର ରବି ବେମାଲ (୫୮) ନିଜ ଜମିରେ ଥିବା ପାଳ ଗଦାରୁ ଶନିବାର ପାଳ ଛତୁ ଘରକୁ ଆଣିଥିଲେ। ଏହାକୁ ରୋଷେଇ କରି ଖାଇଲା ପରେ ଶନିବାର ପୂର୍ବାହ୍ଣରେ ୩ ଜଣ ରବି ବେମାଲ, ରଶ୍ମିତା ବେମାଲ (୩୫) ଏବଂ କାହ୍ନୁଚରଣ ବେମାଲ (୧୮)ଙ୍କୁ ବାନ୍ତି ହେବା ସହ ସେମାନେ ଗୁରୁତର ହୋଇପଡ଼ିଥିଲେ। ୩ ଜଣଙ୍କୁ ଆମ୍ବୁଲାନ୍ସରେ ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ରବି ବେମାଲ ଓ କାହ୍ନୁଚରଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ରଶ୍ମିତା ବେମାଲ ଚିକିତ୍ସିତ ହେଉଥିବା ଡା. ବିବେକାନନ୍ଦ ମହାନନ୍ଦ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର