ପାରିବାରିକ କଳହରୁ ଅଭାବନୀୟ କାଣ୍ଡ : ଝିଅ ଜୀବନ୍ତ ଦଗ୍ଧ, ସ୍ବାମୀ-ସ୍ତ୍ରୀ ଗୁରୁତର

ଅତାବିରା/ସମ୍ବଲପୁର : ପାରିବାରିକ କଳହକୁ ନେଇ ଗୋଟିଏ ପରିବାରର ୩ ସଦସ୍ୟ ନିଆଁରେ ପୋଡ଼ିଯିବା ଘଟଣା ସମଗ୍ର ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ବରଗଡ଼ ଜିଲ୍ଲା ଅତାବିରା ଥାନା କୁକେତିରା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ତେବେ ଏହି ଘଟଣାରେ ୬ ବର୍ଷର ଝିଅ ଲିଜା ସାହୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ବାପା କୈଳାସ ସାହୁ(୩୭) ଓ ମା’ କସ୍ତୁରୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଉଭୟଙ୍କୁ ମେଡିକାଲର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। କୈଳାସଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ମଙ୍ଗଳବାର ରାତି ପ୍ରାୟ ସାଢ଼େ ୧୦ଟା ବେଳେ କୈଳାସଙ୍କ ଘରୁ ନିଆଁ ବାହାରୁଥିବା ଦେଖି ପଡ଼ୋଶୀମାନେ ପୁଲିସ୍‌ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଘର ଭିତରରୁ ପରିବାରର ସଦସ୍ୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ଲିଜାଙ୍କର ମୃତ୍ୟୁ ହୋଇଯାଇଥିଲା। ‌ଖବର ଲେଖାହେବା ଯାଏଁ ଏହି ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। କହିଛି।

ସମ୍ବନ୍ଧିତ ଖବର