ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ + ୩ ମେରିଟ୍‌ ଲିଷ୍ଟ, ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖା

ଭୁବନେଶ୍ୱର: + ୩ ସ୍ୱୟଂଶାସିତ କଲେଜ, ସେଲ୍‌ଫ ଫାଇନାନ୍‌ସିଂ(ଡିଗ୍ର୍ରି) କଲେଜ/ସଂସ୍କୃତ(ଶାସ୍ତ୍ରୀ) କଲେଜରେ ନାମ ଲେଖା ଲାଗି ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ / କଟ୍‌ଅଫ୍‌ ମାର୍କ ପ୍ରକାଶ ପାଇଛି। ଏହି  ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମୋଟ ୨ଲକ୍ଷ ୨୧ହଜାର ୨୮୯ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। କଳାରେ ସର୍ବାଧିକ ଛାତ୍ରଛାତ୍ରୀ ୧ଲକ୍ଷ ୧୪ହଜାର ୩୩୧ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ବାଣିଜ୍ୟରେ ୧୯ହଜାର ୭୫୩ଛାତ୍ରଛାତ୍ରୀ, ଫିଜିକାଲ ସାଇନ୍ସରେ ୨୯,୧୩୧ ଓ ବାୟୋଲୋଜିକାଲ ସାଇନ୍ସରେ ୨୦, ୩୪୬ଜଣ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି।  ରାଜ୍ୟର ଅନ୍ୟ କଲେଜ ଅପେକ୍ଷା ବିଜେବି କଲେଜରେ କଟଅଫ୍‌ ମାର୍କ ଅଧିକ ରହିଛି।

ଉଲ୍ଲେଖଯୋଗ୍ୟ, ଏହି ପାଠ୍ୟକ୍ରମରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଜୁଲାଇ ୪ରୁ ୭ ତାରିଖ ମଧ୍ୟରେ ନାମ ଲେଖାଇପାରିବେ। ଜୁଲାଇ ୧୧ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୧୨ ଓ ୧୩ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ଜୁଲାଇ ୧୬ଠାରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପାଢ଼ା ଆରମ୍ଭ ହେବ।

ସମ୍ବନ୍ଧିତ ଖବର