୩ ଯୋଗାଣ କର୍ମଚାରୀ ନିଲମ୍ବିତ

ଯାଜପୁରଟାଉନ/ସଦର : କାର୍ଯ୍ୟରେ ଅବହେଳା ଏବଂ ଡ୍ୟୁଟି ସମୟରେ ନିଶାସକ୍ତ ହୋଇଥିବା ୩ ଜଣ ଯୋଗାଣ ବିଭାଗ କର୍ମଚାରୀଙ୍କୁ ଯାଜପୁର ଜିଲ୍ଲାପାଳ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ କର୍ମଚାରୀମାନେ ହେଲେ, ଯୋଗାଣ ବିଭାଗର ବରିଷ୍ଠ କିରାଣି ଲକ୍ଷ୍ମୀଧର ନନ୍ଦ, ଜୁନିୟର ଆକାଉଣ୍ଟଟାଣ୍ଟ ଗୌତମ ରାୟ ଓ ପିଅନ ପ୍ରଭାକର ନାଥ। ଏହି ଘଟଣା ଆଜି ସମଗ୍ର ଜିଲ୍ଲ‌ାରେ ଚର୍ଚ୍ଚାର ବିଷୟ ହୋଇଛି।ସୂଚନା ଅନୁଯାୟୀ, ‌ଯାଜପୁର ମେଡିକାଲ କଲେଜକୁ କେନ୍ଦ୍ରୀୟ ଅନୁମତି ମିଳିଥିବାରୁ ଯାଜପୁରବାସୀ ଖୁସି ମନାଉଥିବା ବେଳେ ଯୋଗାଣ ବିଭାଗର ଏହି ତିନି କର୍ମଚାରୀ କାମରେ ଖିଲାପ କରିବା ସହିତ ଡ୍ୟୁଟି ସମୟରେ ବାରକୁ ଯାଇ ମଦ୍ୟପାନ କରୁଥିଲେ। କୌଣସି ସୂତ୍ରରୁ ଖବର ପାଇଁ ସଂପୃକ୍ତ ବାର ଉପରେ ଜିଲ୍ଲାପାଳ ଚଢ଼ଉ କରି ୩ ଜଣ କର୍ମଚାରୀଙ୍କୁ ଧରିଥିଲେ। ତୁରନ୍ତ ସେମାନଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ। କର୍ମଚାରୀମାନେ ସରକାରୀ ନିର୍ଦ୍ଦେଶ ଭୁଲିଯାଇଥିବାରୁ ସେମାନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର