ଛତିଶଗଡ଼ରେ ନକ୍ସଲଙ୍କ ବିସ୍ଫୋରଣ: ୩ ଯବାନ ଆହତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ନକ୍ସଲ ହମ୍‌ଲା କରିଛନ୍ତି। ଏଥର ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣ କରିଛନ୍ତି। ଏହି ବିସ୍ଫୋରଣରେ ତିନି ଜଣ ଯବାନ ଆହତ ହୋଇଛନ୍ତି। ଭେଜ୍ଜି ଅଂଚଳର ଏଲାଡମୁଡଗୁ ଅଂଚଳରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଭେଜି ଠାରେ କ୍ୟାମ୍ପ କରିଥିବା ଡିଆରଜି ଯବାନ ଏହି ଅଂଚଳରେ  ଆଜି କମ୍ବିଂ ଅପରେସନ୍‌ରେ ବାହାରିଥିଲେ। ତେବେ ପୂର୍ବରୁ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ନକ୍ସଲ ବିସ୍ଫୋରଣ କରିଥିଲେ। ଏସ୍‌ପି ଅଭିଷେକ ମୀନାଙ୍କ କହିବା ଅନୁଯାୟୀ ଆହତ ଯବାନଙ୍କୁ ଜଂଗଲରୁ ଉଦ୍ଧାର କରାଯାଉଛି। ଖବର ଲେଖାଯିବା ବେଳକୁ ଆହତ ଡିଆରଜି ଯବାନ କୁରାମ ଦାରା, ସୋଡି ମୁକ୍କା ଏବଂ ଆସ ବିରାଙ୍କୁ ରାୟପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର