ଅଜଣା ଗାଡ଼ି ଧକ୍କାରେ ୩ ଶ୍ରମିକ ମୃତ

ଯାଜପୁର/ଦାନଗଦୀ :   କଳିଙ୍ଗନଗର ଶିଳ୍ପାଞ୍ଚଳର ବିଆରପିଏଲ୍‌ ଛକ ନିକଟରେ  ଏକ ସଡ଼କ ଦୁର୍ଘଟଣାରେ ୩ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଜଣେ ଶ୍ରମିକ ଗୁରୁତର ଆହତ ହୋଇଛି। ଆଜି ସଂଧ୍ୟାରେ ଏକ ଅଜଣା ଗାଡ଼ି ଏହି ଶ୍ରମିକମାନଙ୍କ ଉପରେ ମାଡି ଯାଇଥିଲା। ରବିବାର ଥିବାରୁ ଶ୍ରମିକମାନେ ଡୁବୁରି ଛକରୁ ସଉଦା କିଣି ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲେ।

କଳିଙ୍ଗନଗର ଟାଟା କାରଖାନାରେ ଠିକା ସଂସ୍ଥା ଜେସକୋ ଅଧୀନରେ କାମ କରୁଥିବା ଚଣ୍ଡିଖୋଲର ବଳରାମ ଜେନା(୨୬), ପଟ୍ଟାମୁଣ୍ଡାଇର ତପନ ସେଠୀ(୨୨), ଚଣ୍ଡିଖୋଲର ରାଜୁଆ(୨୨)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି।  ସେମାନଙ୍କ ସହିତ ଥିବା ପଟ୍ଟାମୁଣ୍ଡାଇର ଚନ୍ଦନ ନାୟମ(୧୮) ଗୁରୁତର ଆହତ ହୋଇଛନ୍ତି।  ଚନ୍ଦନଙ୍କୁ ଦାନଗଦୀ ମେଡ଼ିକାଲ୍‌ରେ ଚିକିତ୍ସା କରାଯାଉଛି।  ୩ଜଣ ଶ୍ରମିକଙ୍କର ମୃତ ଦେହ ଦାନଗଦୀ ମେଡ଼ିକାଲରେ ପହଞ୍ଚିଛି। ଏହି ଘଟଣାର କଳିଙ୍ଗନଗର ଥାନା ଅନୁସନ୍ଧାନ  ଜାରି ରଖିଛି।

ସମ୍ବନ୍ଧିତ ଖବର