ଅନ୍‌ମୋଲ୍‌ଙ୍କ ସଂଗଠନକୁ ଝଟ୍‌କା : ୩ ସହଯୋଗୀଙ୍କ ଆତ୍ମସମର୍ପଣ

ରାଉରକେଲା : ଓଡ଼ିଶା, ଝାଡଖଣ୍ଡ ସମେତ ବିହାରରେ ବେଶ୍‌ ସକ୍ରିୟ ଦୁର୍ଦ୍ଦାନ୍ତ ମାଓନେତା ଅନ୍‌ମୋଲ୍‌ଙ୍କର ତିନି ଘନିଷ୍ଠ ସହଯୋଗୀ ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଅଲ୍‌ବିନା, ସୁମନ ଓ ରବି। ରବି ଓ ଆଲ୍‌ବିନା ଦୁହେଁ ପତିପତ୍ନୀ।

ମାଓନେତା ଅନ୍‌ମୋଲ୍‌ ଓରଫ ଲାଲଚାନ୍ଦ ହେମ୍ବ୍ରମ୍‌ ଓରଫ୍‌ ସମର ଦା’ଙ୍କ ନେତୃତ୍ବରେ ଏହି ତିନି ମାଓବାଦୀ ଦୀର୍ଘଦିନ ଧରି କାମ କରି ଆସୁଥିଲେ। ଗତ ମେ ମାସରେ ଅନ୍‌ମୋଲ୍‌ଙ୍କର ଜଣେ ସହଯୋଗୀ ବଣାଇ ବ୍ଳକ ଅନ୍ତର୍ଗତ ଟିକାୟତପାଲିର ମୁକେଶ ହେମ୍ବ୍ରମ୍‌, ରାଉରକେଲା ଏସ୍‌ପି ଡ. ଉମାଶଙ୍କର ଦାଶଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ଅନ୍‌ମୋଲ୍‌ ସଙ୍ଗଠନକୁ ଖାଦ୍ୟ ଓ ଆର୍ଥିକ ସହାୟତା ଦେଇ ଆସୁଥିଲେ। ଅନୁରୂପ ଭାବେ ୨୦୧୮ ଅଗଷ୍ଟ ମାସରେ ଆହୁରି ୫ ଜଣ ମାଓବାଦୀ ରାଉରକେଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଜଗନ ସିଂହ ଓରଫ ପ୍ରେମଚାନ୍ଦ ମୁଣ୍ଡା, ମଟୁ ଓରଫ ତେଜସ୍‌, ସୁଶୀଲ ମୁଣ୍ଡା ଓରଫ ମାଗା ଓ ଗୋମିଆ ମୁଣ୍ଡା। ସେମାନେ ସମସ୍ତେ ମଧ୍ୟ ଅନ୍‌ମୋଲ୍‌ଙ୍କର ଘନିଷ୍ଠ ସହଯୋଗୀ ଥିଲେ। ଆଜି ତିନି ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଅନ୍‌ମୋଲ୍‌ଙ୍କ ସଙ୍ଗଠନକୁ ଏକ ବଡ଼ଧରଣର ଝଟ୍‌କା ଲାଗିଛି।

ସମ୍ବନ୍ଧିତ ଖବର