ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ମୂଲ୍ୟାୟନ ବିଭ୍ରାଟ ମାମଲା : ୩ ଜଣିଆ ଅନୁଧ୍ୟାନ କମିଟି ଗଠିତ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତତିନି ପରୀକ୍ଷା ଫଳ ପ୍ରକାଶରେ ଦେଖା ଦେଇଥିବା ବିଭ୍ରାଟ ଘଟଣାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାର ସ୍ଥିତି ଅନୁଧ୍ୟାନ ପାଇଁ ଉଚ୍ଚଶିକ୍ଷା ବିଭାଗ ୩ ଜଣିଆ ଦାସ କମିଟି ଗଠନ କରିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ଅଶୋକ ଦାସଙ୍କ ନେତୃତ୍ୱରେ ଗଠିତ କମିଟିରେ ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଦାସଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପି.କେ ଦାସ ଓ ରାଜ୍ୟ ସଂଯୋଜକ(କ୍ୱାଲିଟି ଆସ୍ୟୁରାନ୍ସ) ମିହିର ଦାସ ରହିଛନ୍ତି।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଯୁକ୍ତତିନି ଦ୍ୱିତୀୟ ସେମିଷ୍ଟାର୍‌ର ତ୍ରୁଟିପୂର୍ଣ୍ଣ ପରୀକ୍ଷା ଫଳ ପ୍ରକାଶ ଘଟଣାକୁ ନେଇ ଛାତ୍ର ଅଶାନ୍ତି ବୃଦ୍ଧି ପାଇଛି। ଏହି ପରିପ୍ରେକ୍ଷୀରେ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ବ୍ରହ୍ମପୁର ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଗୋପାଳପୁର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ରାଜେନ୍ଦ୍ର ପ୍ରସାଦ ଦାସ, କୁଳସଚିବ ରଂଜନ କୁମାର ବିଶ୍ୱାଳ, ପରୀକ୍ଷା ନିୟନ୍ତ୍ରକ, ପୂର୍ବତନ ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ବିଭାଗୀୟ ସଚିବ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର