ପ୍ରତିଷ୍ଠା ହେବ ୩ଟି ନୂଆ ପ୍ଲାନେଟାରିୟମ୍‌

ଭୁବନେଶ୍ୱର : ରାଜ୍ୟରେ ଆଉ ତିନିଟି ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ହେବ। ଗୋପାଳପୁର, ରାୟଗଡ଼ା ଓ ବାରିପଦାରେ ପ୍ଲାନେଟାରିୟମ୍‌ ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇସାରିଛନ୍ତି ବୋଲି ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ବିଧାନସଭାରେ ସୂଚନା ଦେଇଛନ୍ତି। ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଶ୍ରୀ ପାତ୍ର ଆହୁରି କହିଲେ, ଗୋପାଳପୁର କାନିସ ମଉଜାସ୍ଥିତ ବିକ୍ରମପୁର ଠାରେ ୫ ଏକର ଜାଗା ପରିମିତ ସ୍ଥାନ ଉପରେ ଉନ୍ନତ ମାନର ପ୍ଲାନେଟାରିୟମ୍‌ ନିର୍ମାଣ କରାଯିବ। ଏହି ସ୍ଥାନର ପାଚେରୀ ନିର୍ମାଣ ପାଇଁ ଇଡ୍‌କୋକୁ ୪୯,୫୨,୪୦୦ ଟଙ୍କା ହସ୍ତାନ୍ତର କରାଯାଇଛି। ଖୁବ୍‌ ଶୀଘ୍ର ପାଚେରୀ ନିର୍ମାଣ ଆରମ୍ଭ ହେବ।

ସମ୍ବନ୍ଧିତ ଖବର