ଟ୍ରେନରେ ଏକାଥରକେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ ମହିଳା ଯାତ୍ରୀ , ଭଦ୍ରକ ମେଡିକାଲରେ ନବଜାତମାନଙ୍କର ମୃତ୍ୟୁ

ଭଦ୍ରକ: ଟ୍ରେନରେ ଯାତ୍ରା ସମୟରେ ଏକାଥରକେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ପ୍ରସବ କରିଥିବା ଖବର ଯେତିକି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା, ଏବେ ସେହି ତିନି ନବଜାତ ଶିଶୁଙ୍କର ମୃତ୍ୟୁ ଘଟଣା ସେତିକି ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି।

ମିଳିଥିବା ସୂଚନା ଅନୁଯାୟୀ, ବେଙ୍ଗାଲୁରୁ-ଗୌହାଟି ଏକ୍ସପ୍ରେସରେ ଯାତ୍ରା କରୁଥିଲେ ଜଣେ  ଆସାମର ଜଣେ ମହିଳା ଯାତ୍ରୀ । ସେ ଓଡ଼ିଶାର ଭଦ୍ରକ ଷ୍ଟେସନରେ ଟ୍ରେନରେ ଏକାଥରେ ୩ ଶିଶୁପୁତ୍ର ଜନ୍ମ ଦେଇଥିଲେ। କିନ୍ତୁ ନବଜାତମାନଙ୍କର ସ୍ବାସ୍ଥ୍ୟ ଠିକ୍ ନଥିଲା। ଏହାପରେ ୩ ଅସୁସ୍ଥ ନବଜାତଙ୍କୁ ରେଳବାଇ ପକ୍ଷରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Image result for bhadrak hospital

ତେବେ ସଦ୍ୟତମ ସୂଚନା ଅନୁଯାୟୀ ଉକ୍ତ ତିନି ତିନି ନବଜାତ ଶିଶୁଙ୍କର ମୃତ୍ୟୁ ହୋଇଯାଇଛି। କିନ୍ତୁ ମହିଳା ଯାତ୍ରୀଜଣକ ସୁସ୍ଥ ଥିବା ଜଣାଯାଇଛି।ଏହି ଘଟଣା ଏବେ ଭଦ୍ରକ ସହରରେ ଚର୍ଚ୍ଚାର ବିଷୟ ହୋଇଛି। ରେଳବାଇ ବିଭାଗ ପକ୍ଷରୁ ଏହି ଘଟଣାର ଅଧିକ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର