ଆନ୍ଧ୍ର ଷ୍ଟିଲ୍‌ ପ୍ଲାଣ୍ଟରେ ଦୁର୍ଘଟଣା : ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର : ଆନ୍ଧ୍ରପ୍ରଦେଶ ବିଜୟଓ୍ଵାଡା ସହରରେ ଏକ ଘରୋଇ ଷ୍ଟିଲ୍‌ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ନେସରେ ବିସ୍ଫୋରଣ ଘଟି ତିନି ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ ସାମନ୍ତରାପୁର ଗ୍ରାମର ଦୁଇ ଦଳିତ ଶ୍ରମିକ ସତ୍ୟନାରାୟଣ ନାୟକ (୩୫) ଓ ରମେଶ ନାୟକ (୨୮) ଏବଂ ଚିକିଟି ବ୍ଲକ ନୂଆପଡ଼ା ଗ୍ରାମର ରମେଶ ନାୟକ (୪୦)। ଗତ ୭ ତାରିଖରେ ଏହି ଘଟଣା ଘଟିଥିଲା। ଘଟଣାସ୍ଥଳରେ ସତ୍ୟନାରାୟଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଦିନ ଚିକିଟି ବ୍ଲକ ନୂଆପଡ଼ା ଗ୍ରାମର ରମେଶଙ୍କ ମୃତ୍ୟୁ ହୋଇଥିଲା। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ଦୁଇ ରମେଶ ପ୍ରାଣ ହରାଇଛନ୍ତି।

ସମ୍ବନ୍ଧିତ ଖବର