ଭାସିଗଲେ ୪ ଯୁବକ; ୩ ଉଦ୍ଧାର, ଜଣେ ନିଖୋଜ

ପାରାଦୀପ : ଜଟାଧାର ମୁହାଣ ନିକଟ ନଦୀକୁ ବୁଲିବାକୁ ଯାଉଥିବା ବେଳେ ଚାରି ଜଣ ଯୁବକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଅମିତ କୁମାର ସିଂ(୧୯) ନାମକ ଯୁବକ ଏବେ ବି ନିଖୋଜ ଅଛନ୍ତି। ଏ ସମସ୍ତ ଯୁବକ ଆଇଓସିଏଲ୍‌ରେ କାର୍ଯ୍ୟରତ ସିଆଇଏସ୍‌ଏଫ୍‌ ଯବାନଙ୍କ ପୁଅ। ସିଆଇଏସ୍‌ଏଫ୍‌, ମେରାଇନ ଥାନା ଓ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର କାର୍ଯ୍ୟ ଚାଲିଥିଲେ ବି ନିଖୋଜ ଅମିତଙ୍କ ପତ୍ତା ମିଳି ପାରି ନାହିଁ।

ସୂଚନା ଅନୁଯାୟୀ, ଆଜି ଚାରି ଜଣ ସାଙ୍ଗ ଏକ ବୋଟ୍‌ ନେଇ କାଉଡ଼ିଆ ନଦୀରେ ବୁଲିବାକୁ ଯାଇଥିଲେ। ଫେରିବା ସମୟରେ ବୋଟ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ନଦୀରେ ଖସି ପଡ଼ିଥିଲା। ଏହି ସମୟରେ ସେଠାରେ ଉପସ୍ଥିତ ଥିବା କିଛି ମତ୍ସ୍ୟଜୀବୀ ତିନି ଜଣଙ୍କୁ ଉଦ୍ଧାର କରି ନେଇଥିଲେ। ମାତ୍ର ଅମିତ ନଦୀ ସୁଅରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା ତିନି ଜଣଙ୍କୁ ଆଇଓସିଏଲ ସ୍ଥିତ ମେଡ଼ିକାଲରେ ଭର୍ତ୍ତିି କରାଯାଇଥିଲା। ଅନ୍ଧାର ଯୋଗୁଁ ଅମିତଙ୍କୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଛି। ଅମିତ ସିଆଇଏସ୍‌ଏଫ୍‌ ଜଣେ ବରିଷ୍ଠ ଅଧିକାରୀଙ୍କ ପୁଅ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର