ହୋଲି ଅଘଟଣ : ସମୁଦ୍ରରେ ଭାସିଗଲେ ୩ ଛାତ୍ର

ଜଣଙ୍କର ଶବ ଉଦ୍ଧାର, ଅନ୍ୟ ଦୁଇ ନିଖୋଜ

ଗୋପାଳପୁର/ବ୍ରହ୍ମପୁର : ସାଙ୍ଗସାଥୀ ମେଳରେ ହୋଲି ପାଳନ କରି ସମୁଦ୍ରକୁ ଗାଧୋଇବାକୁ ଯାଇଥିବା ବ୍ରହ୍ମପୁରର ୩ ଜଣ ଛାତ୍ର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ଶବ ଉଦ୍ଧାର କରାଯାଇଛି। ମୃତକ ହେଉଛନ୍ତି ଟି.ସିଦ୍ଧାନ୍ତ ପାତ୍ର(୨୦)। ସେ ଗୋପାଳପୁର କଲେଜର ଯୁକ୍ତ ତିନି ଛାତ୍ର। ଏ ଖବର ପ୍ରଚାରିତ ହେବା ପରେ କଲେଜରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟ ଦୁଇଜଣ ଅଦ୍ୟାବଧି ନିଖୋଜ ରହିଛନ୍ତି। ନିଖୋଜ ଛାତ୍ର ଦ୍ୱୟ ହେଲେ ଏଲ୍‌. ଲୋକେଶ ଓ ଡି.ହିତେଶ। ହିତେଶ ବିନାୟକ ଆଚାର୍ଯ୍ୟ କଲେଜର ଛାତ୍ର ସଂସଦ ସମ୍ପାଦକ ଓ ଲୋକେଶ ଏକ ଘରୋଇ କଲେଜର ଛାତ୍ର ବୋଲି ଜଣାପଡ଼ିଛି। ୩୦ ଘଣ୍ଟା ପରେ ମଧ୍ୟ ସେମାନଙ୍କ କୌଣସି ପତ୍ତା ମିଳି ନାହିଁ। ଫଳରେ ଉଭୟଙ୍କ ପରିବାର ବର୍ଗ ଓ ବହୁ ଛାତ୍ର ସମୁଦ୍ର ଗର୍ଭରେ ସର୍ଚ୍ଚ ଅପରେସନ୍‌ ତ୍ୱରାନ୍ଵିତ କରିବା ପାଇଁ ଆଜି ସଂଧ୍ୟାରେ ଡିଆଇଜିଙ୍କୁ ଫେରାଦ ହୋଇଛନ୍ତି।

ସମ୍ବନ୍ଧିତ ଖବର