ଅଗିକାଣ୍ଡ: ଦୁଇ ମାସର ଯାଆଁଳା ଶିଶୁଙ୍କୁ ଉଦ୍ଧାର କଲେ ୩ ବର୍ଷର ଶିଶୁ

ବୌଦ୍ଧ : ବୌଦ୍ଧ ବ୍ଲକ୍‌ ଆମ୍ବଝରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ବିଜାମାରି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିଜାମାରି ଗ୍ରାମର ଜୟ ମଲିକ ଏବଂ ତାଙ୍କ ପତ୍ନୀ ସବିତା ମଲିକ ଜଙ୍ଗଲକୁ କାମ କରିବାକୁ ଯାଇଥିବା ବେଳେ ଘରେ ୩ ବର୍ଷ ଏବଂ ୨ ମାସର ଦୁଇଟି ଯାଅାଁଳା ଛୁଆଙ୍କୁ ଛାଡ଼ି ଯାଇଥିଲେ। ହେଲେ ମଧ୍ୟାହ୍ନରେ ଘରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଘର ଜଳିବାର ଦେଖି ୩ ବର୍ଷର ଛୁଆମାନେ ୨ ମାସର ଛୁଆମାନଙ୍କୁ ଧରି ବାହାରକୁ ଚାଲି ଆସିଥିଲେ। ନିଆଁର ପ୍ରକୋପରେ ଘରେ ଥିବା ସମସ୍ତ ଜିନିଷ ପୋଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର