୩୦ ଫୁଟର ମୃତ ତିମି ଉଦ୍ଧାର

ରାଜନଗର: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ବୈତରଣୀ ନଦୀ କୂଳ ସମୁଦ୍ର ମୁହାଣରେ ପୁଣି ଏକ ତିମିର ମୃତଦେହ ମିଳିଛି। ଅହିରାଜପୁର ନିକଟରେ ଏହି ତିମିର ମୃତଦେହ ଠାବ କରାଯାଇଛି। ଏହାର ଲମ୍ବ ୩୦ ଫୁଟ ହେବ। ଲୋକେ ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେବା ପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନାହିଁ। ସୂଚନା ଥାଉ କି, ମାସକ ତଳେ ହବାଳୀ ଖଟି ନିକଟରେ ୨୫ ଫୁଟ ଲମ୍ବର ଏକ ତିମିର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର