ଓଡ଼ିଶା, ପଶ୍ଚିମବଙ୍ଗରେ ଟ୍ରେନ୍ ସେବା ଗୁରୁତର ପ୍ରଭାବିତ : ୩୧ ଟ୍ରେନ୍ ବାତିଲ୍‌, ୩ ଦିନ ଯାଏ ଅଚଳାବସ୍ଥା

ଭୁବନେଶ୍ବର : ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସା ବ୍ୟାପିବା ପରେ ଟ୍ରେନ୍‌ ସେବା ଗୁରୁତର ପ୍ରଭାବିତ ହୋଇଛି। ଓଡ଼ିଶାକୁ ଆସୁଥିବା ଓ ଓଡ଼ିଶା ଦେଇ ଚଳାଚଳ କରୁଥିବା ୩୧ଟି ଟ୍ରେନ୍‌କୁ ବାତିଲ କରାଯାଇଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଆଜି ପାଇଁ ୨୪ଟି ଟ୍ରେନ୍ ବାତିଲ୍‌ ହୋଇଥିବା ‌େ‌ବଳେ ୧୫ରୁ ୧୭ତାରିଖ ମଧ୍ୟରେ ୭ଟି ଟ୍ରେନ୍ ବାତିଲ୍‌ ହୋଇଛି। ଅର୍ଥାତ୍‌ ଆଗାମୀ ୩ ଦିନ ଯାଏ ଏଭଳି ଅଚଳାବସ୍ଥା ଲାଗି ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ପୂର୍ବତଟ ରେଳପଥର ସୂଚନା ଅନୁଯାୟୀ, ହାଓଡାକୁ ଟ୍ରେନ୍‌ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି। ହାଓଡା ଅଭିମୁଖେ ଯାଉଥିବା ଟ୍ରେନ୍‌ଗୁଡ଼ିକୁ ବାତିଲ୍‌ କରାଯାଇଛି ନଚେତ୍‌ ଖଡଗପୁର ପର୍ଯ୍ୟନ୍ତ ଛଡ଼ାଯାଉଛି। ଆଜି ହାଓଡାରୁ ଓଡ଼ିଶା ଦେଇ ଚଳାଚଳ କରୁଥିବା ୧୫ଟି ଟ୍ରେନ୍ ଏବଂ ପୁରୀରୁ ବାହାରୁଥିବା ୯ଟି ଟ୍ରେନ୍‌କୁ ବାତିଲ୍‌ କରାଯାଇଛି। ଏହାବାଦ୍ ୧୨ଟି ଟ୍ରେନ୍ ଆଂଶିକ ବାତିଲ୍‌ ହୋଇଛି। ୭ଟି ଟ୍ରେନ୍ ମଧ୍ୟବର୍ତ୍ତୀ ଷ୍ଟେସନଗୁଡ଼ିକରେ ନିୟନ୍ତ୍ରିତ ହେବ। ୩ଟି ଟ୍ରେନ୍‌ର ଗତିପଥ ବଦଳିଛି।

ଆଜି ୨୦୮୮୯ ହାଓଡ଼ା-ତିରୁପତି ହମ୍‌ସଫର ଏକ୍ସପ୍ରେସ୍‌, ୨୨୮୭୭ ହାଓଡ଼ା-ଏର୍ଣ୍ଣାକୁଲମ ଅ‌େନ୍ତାଦୟ ଏକ୍ସପ୍ରେସ୍‌, ୧୨୮୪୧ ହାଓଡ଼ା-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ୍‌, ୧୨୨୪୫ ହାଓଡ଼ା-ଯଶୋବନ୍ତପୁର ଦୁରନ୍ତ ଏକ୍ସପ୍ରେସ୍‌, ୧୮୬୪୫ ହାଓଡ଼ା-ହାଇଦ୍ରାବାଦ ଇଷ୍ଟକୋଷ୍ଟ ଏକ୍ସପ୍ରେସ୍‌, ୧୨୮୪୭ ହାଓଡ଼ା-ପୁନେ ଦୁରନ୍ତ ଏକ୍ସପ୍ରେସ୍‌, ୧୨୮୬୦ ହାଓଡ଼ା-ମୁମ୍ବାଇ ଗୀତାଞ୍ଜଳି ଏକ୍ସପ୍ରେସ୍‌ ଟ୍ରେନ୍‌, ୧୮୪୦୯ ହାଓଡା-ପୁରୀ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍, ୦୮୪୦୪ ସଂତ୍ରାଗାଛି-ପୁରୀ ସ୍ବତନ୍ତ୍ର ଟ୍ରେନ୍, ୧୨୮୯୫ ହାଓଡା-ପୁରୀ ସାପ୍ତାହିକ, ୫୮୦୦୧ ହାଓଡା-ପୁରୀ ପାସେଞ୍ଜର, ୧୩୮୩୭ ହାଓଡା-ପୁରୀ ଏକ୍ସପ୍ରେସ୍, ୨୨୮୦୩ ହାଓଡା-ସମ୍ବଲପୁର ଏକ୍ସପ୍ରେସ୍ ଟ୍ରେନ୍ ବାତିଲ୍‌ ହୋଇଛି। ଏହାବାଦ୍ ହାଓଡା ଓ ପୁରୀରୁ ବାହାରୁନଥିବା ଟ୍ରେନ୍ ମଧ୍ୟରେ ୧୨୮୬୪ ଯଶବନ୍ତପୁର-ହାଓଡା ଏକ୍ସପ୍ରେସ୍, ୧୨୮୪୦ ଚେନ୍ନାଇ-ହାସଡା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍‌କୁ ବାତିଲ୍‌ କରିଦିଆଯାଇଛି।

‌େସହିପରି ପୁରୀରୁ ବାହାରୁଥିବା ୯ଟି ଟ୍ରେନ୍ ବାତିଲ୍‌ ହୋଇଛି। ସେଗୁଡ଼ିକ ହେଲା ୨୨୮୯୦ ପୁରୀ-ଦିଘା ଏକ୍ସପ୍ରେସ ଆଜି ପୁରୀ ଠାରୁ, ୫୮୦୦୨ ପୁରୀ-ସଂତ୍ରାଗାଛି ପାସେଞ୍ଜର ଆସନ୍ତାକାଲି ପୁରୀରୁ, ୫୮୪୦୪ ପୁରୀ-ଖୋର୍ଦ୍ଧା ରୋଡ଼ ପାସେଞ୍ଜର ଆସନ୍ତାକାଲି ପୁରୀରୁ ବାତିଲ୍‌ ହେବାକୁ ଥିବାବେଳେ ଆଜି ୧୮୪୧୦ ପୁରୀ-ହାଓଡା ଜଗନ୍ନାଥ ଏକ୍ସପ୍ରେସ୍, ୦୮୦୩୮ ପୁରୀ-ସଂତ୍ରାଗାଛି ପାସେଞ୍ଜର, ୧୫୬୪୩ ପୁରୀ-କାମାକ୍ଷା ଏକ୍ସପ୍ରେସ୍, ୧୨୮୩୮ ପୁରୀ- ହାଓଡା ଏକ୍ସପ୍ରେସ୍, ୨୨୨୦୨ ପୁରୀ -ସିଲଦାହ ଦୁରନ୍ତ ଏକ୍ସପ୍ରେସ୍, ୧୫ତାରିଖରେ ୨୨୮୫୯ ପୁରୀ-ଚେନ୍ନାଇ ଏକ୍ସ‌ପ୍ରେସ୍ ଟ୍ରେନ୍ ବାତିଲ୍‌ ହୋଇଛି।

ସେହିପରି ୧୫ରୁ ୧୭ତାରିଖ ମଧ୍ୟରେ ୭ଟି ଟ୍ରେନ୍‌ ବାତିଲ୍‌ ହୋଇଛି। ସେଗୁଡ଼ିକ ହେଲା ୧୫ରେ ୨୦୮୯୦ ତିରୁପତି-ହାଓଡା ଏକ୍ସ‌ପ୍ରେସ୍, ୧୨୮୪୨ ଚେନ୍ନାଇ-ହାଓଡା କରମଣ୍ଡଳ ଏକ୍ସ‌ପ୍ରେସ୍, ୧୬ରେ ୧୨୨୪୬ ଯଶବନ୍ତପୁର- ହାଓଡା ଏକ୍ସପ୍ରେସ୍, ୧୮୬୪୬ହାଇଦ୍ରାବାଦ- ହାଓଡା ଏକ୍ସପ୍ରେସ୍, ୧୭ରେ ୨୨୮୭୮ ଏର୍ଣ୍ଣାକୁଲମ- ହାଓଡା ଏକ୍ସପ୍ରେସ୍‌।

ସେହିପରି ଆଂଶିକ ବାତିଲ୍‌ ହୋଇଥିବା ଟ୍ରେନ୍‌ ମଧ୍ୟରେ ଆଜି ପୁରୀରୁ ଛାଡ଼ିଥିବା ଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ଖଡ଼ଗପୁରରୁ ଫେରିବ ଓ ଖଡ଼ଗପୁରରୁ ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ଆଜି ଭୁବନେଶ୍ୱରରୁ ଛାଡ଼ିଥିବା ଜନଶତାବ୍ଦୀ ଏକ୍ସପ୍ରେସ ହାଓଡ଼ା ପରିବର୍ତ୍ତେ ମେଛେଦାଠାରୁ ଫେରିବ ଓ ମେଛେଦା ଓ ହାଓଡ଼ା ମଧ୍ୟରେ ଉଭୟ ଦିଗରୁ ବାତିଲ ରହିବ। ୧୮୬୪୬ ହାଇଦ୍ରାବାଦ- ହାଓଡା ଇଷ୍ଟକୋଷ୍ଟ ଏକ୍ସପ୍ରେସ୍ ଖଡ଼ଗପୁର ପର୍ଯ୍ୟନ୍ତ ଯିବ, ୫୮୦୦୨ ପୁରୀ ସଂତ୍ରାଗାଛି କେନ୍ଦୁପଦ ପର୍ଯ୍ୟନ୍ତ ଯିବ, ୧୨୮୨୨ ପୁରୀ ହାଓଡ଼ା ଧଉଳି ଏକ୍ସପ୍ରେସ୍ ଖଡ଼ଗପୁର ପର୍ଯ୍ୟନ୍ତ ଯିବ, ୧୨୮୭୨ ଟିଟିଲାଗଡ଼-ହାଓଡା ଇସ୍ପାତ ଏକ୍ସପ୍ରେସ୍ ଟାଟା ପର୍ଯ୍ୟନ୍ତ ଯିବ, ୧୨୭୦୪ ସିକନ୍ଦରାବାଦ- ହାଓଡା ଫାଲକନାମା ଏକ୍ସପ୍ରେସ୍ ଖଡଗପୁର ପର୍ଯ୍ୟନ୍ତ ଯିବ, ୧୮୦୦୬ ଜଗଦଲପୁର-ହାଓଡା ସମଲେଶ୍ବରୀ ଏକ୍ସ‌େପ୍ରସ୍ ରାଉରକେଲା ପର୍ଯ୍ୟନ୍ତ ଯିବ, ୧୨୬୬୬ କନ୍ୟାକୁମାରୀ-ହାସଡା ଏକ୍ସପ୍ରେସ୍ ଦକ୍ଷିଣ ରେଳପଥ ଅଧୀନରେ ହିଁ ବାତିଲ୍‌ ହୋଇଯାଇଛି। ୧୨୨୫୩ ଯଶବନ୍ତପୁର -ଭାଗଲପୁର ଏକ୍ସପ୍ରେସ୍ , ୦୨୮୪୨ ଚେନ୍ନାଇ ସଂତ୍ରାଗାଛି, ୧୨୭୦୪ ସିକନ୍ଦରାବାଦ- ହାଓଡା ଏକ୍ସପ୍ରେସ୍ ଟ୍ରେନ୍ ଦକ୍ଷିଣ ରେଳପଥ ଅଧୀନ ଅଞ୍ଚଳରେ ବାତିଲ୍‌ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର