ଭୁବନେଶ୍ୱର: ସାହିତ୍ୟ ସମାଜକୁ ବାଟ ଦେଖାଏ। ସାହିତ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ, ସମାଜରେ ପରିବର୍ତ୍ତନ କ୍ଷେତ୍ରରେ ସାହିତ୍ୟର ସବୁଠାରୁ ବଡ଼ ଭୂମିକା ରହିଛି ବୋଲି ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ମଧୁସୂଦନ ଆନନ୍ଦ କହିଛନ୍ତି। ଆଜି ଓଡ଼ିିଆ ଗଳ୍ପର ନବଜାତକ ‘ କଥା’ ୩୨ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ବିତରଣ ଉତ୍ସବ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଶ୍ରୀ ଆନନ୍ଦ ଏହା କହିଛନ୍ତି।
ଆଜି ସକାଳେ ଜୟଦେବ ଭବନ ପରିସରରେ ଆରମ୍ଭ ହୋଇଛିି ଓଡ଼ିିଆ ଗଳ୍ପର ନବଜାତକ ‘କଥା’ ୩୨ତମ ବାର୍ଷିକ ଉତ୍ସବ ଓ ନବପ୍ରତିଭା ପୁରସ୍କାର ବିତରଣ ଉତ୍ସବ । ସମ୍ବାଦର ସମ୍ପାଦକ ତଥା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶଷ୍ଟ କବି ମାଧବ କୌଶିକ ଓ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାମ୍ବାଦିକ ତଥା ସାହିତ୍ୟିକ ମଧୁସୂଦନ ଆନନ୍ଦ ଯୋଗ ଦେଇଛନ୍ତି।
‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ‘ସମ୍ବାଦ’ ଆରମ୍ଭ ହେବାର ୩ ବର୍ଷ ପରେ ସାହିତ୍ୟ ପତ୍ରିକା ‘କଥା’ର ଜନ୍ମ। ଆମେ ସାହିତ୍ୟ, ମାତୃଭାଷାକୁ ମାଆ ବୋଲି ଭାବୁ ଥିବାରୁ ‘ସମ୍ବାଦ’ ସହିତ ସାହିତ୍ୟ ପତ୍ରିକା ‘କଥା’କୁ ନେଇ ଆଗକୁ ବଢ଼ିଛୁ। ଏହି ସମୟ ମଧ୍ୟରେ ‘କଥା’ କେବଳ ଏକ ସାହିତ୍ୟ ପତ୍ରିକା ହୋଇ ରହି ନାହିଁ, ଏହା ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ଉତ୍ସବର ଆରମ୍ଭରେ ‘କଥା’ର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଡ. ଗୌରହରି ଦାସ ସ୍ୱାଗତ ଓ ଅତିଥି ପରିଚୟ ପ୍ରଦାନ କରି ଓଡ଼ିଆ ସାହିତ୍ୟକୁ ‘କଥା’ର ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।
ଏହି ଅବସରରେ ଜୟଦେବ ଭବନ ପରିସରରେ ‘ଆମ ଓଡ଼ିଶା’ ପକ୍ଷରୁ ପ୍ରକାଶିତ ବିଭିନ୍ନ ପୁସ୍ତକ ସହିତ ‘କଥା’ ବାର୍ଷିକ ସଂଖ୍ୟାର ଷ୍ଟଲ ଖୋଲାଯାଇଛି। ଏହି ଷ୍ଟଲରୁ ବହି କିଣିବା ପାଇଁ ସାହିତ୍ୟପ୍ରେମୀମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ପରିଲକ୍ଷିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/bbsr.jpg)