ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ଦ୍ରାପଡ଼ା: ଓଡ଼ିଶାରୁ ୩୩% ମହିଳା ସଂସଦକୁ ଯିବେ ବୋଲି ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ବାରୁଅସ୍ଥିତ ସିଦ୍ଧମଠ ପଡ଼ିଆ
ଠାରେ ଆୟୋଜିତ ମିସନ୍‌ ଶକ୍ତି ସମାବେଶରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଳଦେବଜୀଉଙ୍କ ପବିତ୍ର ମାଟିରେ ମୁଁ ଏ ଘୋଷଣା କରୁଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶକୁ ବାଟ ଦେଖାଉଛି। ବମହିଳା ସଶକ୍ତିକରଣ କ୍ଷେତ୍ରରେ ଜାତୀୟ ଦଳ ଯାହା କହୁଛନ୍ତି, ତାହା ପାଳନ କରୁନ୍ତୁ। କେନ୍ଦ୍ରାପଡ଼ା ମାଟି ବିଜୁବାବୁଙ୍କ ମାଟି। ମହିଳା ସଶକ୍ତିକରଣ ଲାଗି ବିଜୁବାକୁ ଚାହୁଁଥିଲେ।

କଟକ ଜିଲ୍ଲାରୁ ୪ଟି ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଟି ବ୍ଲକ୍‌ର ପ୍ରାୟ ଲକ୍ଷାଧିକ ମହିଳା ଏଥିରେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ଠାରେ ମିସନ ଶକ୍ତିର ପ୍ରଶାସନିକ କାର୍ଯ୍ୟାଳୟ ନିର୍ମାଣ ଲାଗି ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ମାଛଚାଷ କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ମୁଖ୍ୟମନ୍ତ୍ରୀ ଏହି ସମାବେଶରେ ସମ୍ମାନିତ କରିବା ସହ ବ୍ଲକ୍‌ସ୍ତରୀୟ ମହାସଂଘଗୁଡ଼ିକୁ ୨୫ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର