‘ଫନି’ ପାଇଁ ଅଜାଡ଼ିଲେ, ୩୩୩୮ ‌କୋଟି କେନ୍ଦ୍ରୀୟ ସହାୟତା ଘୋଷଣା

ପୂର୍ବରୁ ଏତେ ଅର୍ଥ କେବେ ବି ମିଳିନଥିଲା

ଭୁବନେଶ୍ବର/ନୂଆଦିଲ୍ଲୀ, ୨୦/୮(ଇମିସ): ଭୀଷଣ ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ‘ଫନି’ ପାଇଁ େକନ୍ଦ୍ର ସରକାର ୩୩୩୮ େକାଟି ୨୨ଲକ୍ଷ ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଛନ୍ତି। େକନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଏଭଳି ନିଷ୍ପତ୍ତି େହାଇଛି। ଓଡ଼ିଶାରେ କୌଣସି ବିପର୍ଯ୍ୟୟ ପାଇଁ ଏତେ ବଡ଼ ପରିମାଣର ଅନୁେମାଦନ ଆଗରୁ କେବେ େହାଇନଥିଲା। ଏପରିକି ମହାବାତ୍ୟାରେ ବି। ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର େକନ୍ଦ୍ରୀୟ ଟିମ୍ ସାମ୍ନାରେ ୫୨୨୭ େକାଟିର ଟଙ୍କାର କ୍ଷୟକ୍ଷତି ଦାବି ରଖିଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ସଂପର୍କରେ େଖାଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇଥିଲେ। ଉଭୟଙ୍କ ମଧ୍ୟରେ ଅନ୍ୟ କିଛି ପ୍ରସଙ୍ଗରେ ମଧ୍ୟ ଏହି ଅବସରରେ ଆେଲାଚନା େହାଇଥିବା ସୂଚନା ମିଳିଛି। ଓଡ଼ିଶାକୁ ‘ଫନି’ ବାତ୍ୟା ପୂର୍ବରୁ େକନ୍ଦ୍ର ସରକାର ଏପ୍ରିଲ ୨୯ ତାରିଖରେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି ଅନ୍ତର୍ଗତ ଅଗ୍ରୀମ ୩୪୦ େକାଟି ୮୭ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ୩ ତାରିଖ ବାତ୍ୟା ଭୀଷଣ କ୍ଷତି ଘଟାଇଥିଲା ଓ ୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ସ୍ଥିତି ଅନୁଧ୍ୟାନ କରି ୧ହଜାର େକାଟି ଟଙ୍କା ସହାୟତା େଘାଷଣା କରିଥିଲେ। ଏଥିସହିତ ମୃତ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୫୦ ହଜାର େଲଖାଏଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ପ୍ରଦାନ କରାଯାଇଥିଲା। େକନ୍ଦ୍ର ସରକାରଙ୍କ ନିେର୍ଦଶରେ ତୁରନ୍ତ େକନ୍ଦ୍ରୀୟ ଟିମ୍ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରଥମେ ମେ’ ୧୩ରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିବେକ ଭରଦ୍ବାଜଙ୍କ ନେତୃତ୍ବରେ ୧୧ ଜଣିଆ ଅନ୍ତଃମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ କ୍ଷେତ୍ର ସ୍ତରୀୟ ତ୍ବରିତ ଆକଳନ କରିଥିଲେ। ପରେ ଜୁନ୍ ୨୧ରେ ଦ୍ବିତୀୟ ଥର ପାଇଁ କେନ୍ଦ୍ରୀୟ ଟିମ୍ ଅଧିକ ଅନୁଧ୍ୟାନ ପାଇଁ ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିଥିଲେ ତଥା ପୁନଃରୁଦ୍ଧାର କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଥିଲେ। ଉଭୟ ଟିମ୍ ସଫଳ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିବା
ସହିତ େକନ୍ଦ୍ର ନିକଟରେ ଉପଯୁକ୍ତ ରିେପାର୍ଟ ଉପସ୍ଥାପନ କରାଯିବ େବାଲି ଜଣାଇଥିଲେ।

ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ କଥାବାର୍ତା
ଧନ୍ୟବାଦ ଜଣାଇଲେ ଧର୍ମେନ୍ଦ୍ର

ବିଭିନ୍ନ ରାଜ୍ୟ ବିପର୍ଯ୍ୟୟ ସଂପର୍କିତ େକନ୍ଦ୍ରୀୟ ପ୍ରତିନିଧି ଦଳଙ୍କ ରିେପାର୍ଟ ଉପରେ ଆଜି ନୂଆଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ େକନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ େତାମାର, ଗୃହ, ଅର୍ଥ, କୃଷି ଓ ନୀତି ଆେୟାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏଥିରେ ଓଡ଼ିଶା ସମେତ କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶ ସଂପର୍କରେ ଆେଲାଚନା େହାଇ ୪୪୩୨ େକାଟି ୧୦ଲକ୍ଷ ଟଙ୍କା ଅନୁମୋଦନ କରାଯାଇଥିଲା। ମରୁଡି ପାଇଁ କର୍ଣ୍ଣାଟକକୁ ୧୦୨୯.୩୯ େକାଟି ଓ ଭୂସ୍ଖଳନ, ବରଫପାତ ଜନିତ ବିପର୍ଯ୍ୟୟ ଲାଗି ହିମାଚଳ ପ୍ରଦେଶକୁ ୬୪.୪୯ େକାଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶାକୁ ମିଳିଥିବା ଏଭଳି ସହାୟତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ େହାଇଯାଇଛି। େଗାଟିଏ ପକ୍ଷ ମତ ରଖୁଛନ୍ତି େଯ େକନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାରଙ୍କ ନିବିଡତା କାରଣରୁ ଓଡ଼ିଶାକୁ ବିପର୍ଯ୍ୟୟ ପରବର୍ତୀ ପୁନରୁଦ୍ଧାର େକ୍ଷତ୍ରରେ େକନ୍ଦ୍ର ସରକାର ଦରଦ ଦେଖାଇ ଏଭଳି ବଡ଼ ପରିମାଣର ଅର୍ଥ ଦେଇଛନ୍ତି, ଯାହା ମହାବାତ୍ୟା କିମ୍ବା ଫାଇଲିନ୍ ଭଳି ବିପର୍ଯ୍ୟୟରେ ଅଧିକ କ୍ଷତି େହାଇଥିଲେ ବି ମିଳିନଥିଲା।

ଅନ୍ୟପକ୍ଷରେ ଅତିରିକ୍ତ ଆର୍ଥିକ ସହାୟତାକୁ ମଞ୍ଜୁରି ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ େକନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି। େକନ୍ଦ୍ରମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଅତିରିକ୍ତ ଆର୍ଥିକ ସହାୟତା ଓଡିଶାର ଲୋକମାନଙ୍କ ପାଇଁ ରିଲିଫ୍ ଓ ପୁନଃ ଥଇଥାନ କାମକୁ ତ୍ୱରାନ୍ୱିତ କରିବ। ଲୋକଙ୍କ ମୁହଁରୁ ହଜିଯାଇଥିବା ହସ ପୁଣି ଥରେ ଫେରାଇ ଆଣିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ। ରାଜ୍ୟ ବିେଜପି ସଭାପତି ବସନ୍ତ ପଣ୍ଡା ଓ ବିେରାଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ଉଭୟ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର