ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନିଲେ : ୩୪୬୫୧ ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ

ଭୁବନେଶ୍ବର : ରାଜ୍ୟର ମୋଟ ୭୨୫୮୭ଟି ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୩୪୬୫୧ଟି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଏଥିମଧ୍ୟରୁ ୧୩୫୬୬ ଗୃହ ନିର୍ମାଣାଧୀନ ଅଛି। ଅବଶିଷ୍ଟ ୧୨୧୫୬ଟି ଗୃହ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗୃହରେ ସୂଚନା ଦେଇଛନ୍ତି।

ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଓ ବିଜେଡି ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ସାମଲ ସ୍ବୀକାର କରିଛନ୍ତି ଯେ ରାଜ୍ୟରେ ୩୪୬୫୧ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ। ଏ ନେଇ ସେ ଜିଲ୍ଲାୱାରୀ ତଥ୍ୟ ଉପସ୍ଥାପନ କରିଛନ୍ତି। ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ମନ୍‌ରେଗା ସହଭାଗିତାରେ ପ୍ରତି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ନିମନ୍ତେ ୭ ଲକ୍ଷ ଟଙ୍କା ବ୍ୟୟ କରାଯାଉଛି। ଏଥିମଧ୍ୟରୁ ମନ୍‌ରେଗା ଯୋଜନାରୁ ୫ ଲକ୍ଷ ଟଙ୍କା ଏବଂ ସମନ୍ବିତ ଶିଶୁ ବିକାଶ ଯୋଜନାରୁ ୨ ଲକ୍ଷ ଟଙ୍କା ମଞ୍ଜୁର ବ୍ୟବସ୍ଥା କରାଯାଇଛି। ଏହି ୨ ଲକ୍ଷ ଟଙ୍କାରୁ କେନ୍ଦ୍ର ସରକାର ନିର୍ମାଣ ପରେ ୧ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥିର କରିଛନ୍ତିି ବୋଲି ସେ କହିଛନ୍ତି।

ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତିି ‌େଯ ବଳକା ୮୯୨୯ ଅଙ୍ଗନବାଡ଼ି କେନ୍ଦ୍ରର ଗୃହ ନିର୍ମାଣ ପାଇଁ ଗ୍ରାମାଞ୍ଚଳରେ ମନ୍‌ରେଗା ଯୋଜନାରେ ଏବଂ ସହରାଞ୍ଚଳରେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଗୃହ ନିର୍ମାଣ ବ୍ୟବସ୍ଥା ହୋଇଛି। ଏହାବ୍ୟତୀତ, ଜିଲ୍ଲା ଖଣିଜ ପାଣ୍ଠି(ଡିଏମ୍‌ଏଫ୍‌)ରୁ ସଂପୃକ୍ତ ଜିଲ୍ଲାଗୁଡ଼ିକରେ ଗ୍ୃହ ନିର୍ମାଣ ପାଇଁ ପଦକ୍ଷେପ ନିଆଯାଉଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର