ଓଡ଼ିଶାରେ କରୋନା ସ୍ଥିତି : ସୁସ୍ଥ ହୋଇଛନ୍ତି ୩୯.୧୬ ପ୍ରତିଶତ ସଂକ୍ରମିତ, ସୁନ୍ଦରଗଡ଼ରେ ସୁସ୍ଥତା ହାର ସର୍ବାଧିକ ୭୫.୭୫ ପ୍ରତିଶତ

ଭୁବନେଶ୍ୱର: ଓଡ଼ିଶାରେ କରୋନା ପଜିଟିଭ ସଂଖ୍ୟା ଆଜି ସନ୍ଧ୍ୟା ଯାଏଁ ୧୨୬୯ ଥିବା ବେଳେ ଏଥିରୁ ୩୯.୧୬ ପ୍ରତିଶତ ଅର୍ଥାତ ୪୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ୬୦.୨୮ ପ୍ରତିଶତ ଅର୍ଥାତ  ୭୬୫ ଜଣ ସକ୍ରିୟ ଥିବା ବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ୬୪.୮୬ ପ୍ରତିଶତ ଅର୍ଥାତ ୪୮ ଜଣ ସୁସ୍ଥ ହୋଇଛନ୍ତି । ଜିଲ୍ଲାରେ ୩୧.୦୮ ପ୍ରତିଶତ ଅର୍ଥାତ ୨୩ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନାରେ ମୃତକଙ୍କ ହାର ୪.୦୫ ପ୍ରତିଶତ ଅର୍ଥାତ ୩ ଜଣ ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ମିଳିଥିବା ତଥ୍ୟ ଅନୁସାରେ ଗଂଜାମ ଜିଲ୍ଲାରେ କରୋନାରେ ୩୪୧ ଜଣ ଅକ୍ରାନ୍ତ ଅଛନ୍ତି । ଏଥିରୁ ୫୯.୫୩ ପ୍ରତିଶତ ଅର୍ଥାତ ୨୦୩ ଜଣ  ସୁସ୍ଥ ହୋଇଥିବା ବେଳେ ୩୯.୫୮ ପ୍ରତିଶତ ଅର୍ଥାତ ୧୩୫ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଜିଲ୍ଲାରୁ ୩ ଜଣ ଅର୍ଥାତ ୦.୮୭ ପ୍ରତିଶତ ରୋଗୀଙ୍କ ପ୍ରାଣହାନୀ ଘଟିଛି ।

ଯାଜପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୩୯ । ଏଥିରୁ ୩୦.୧୨ ପ୍ରତିଶତ ଅର୍ଥାତ ୭୨ ଜଣ ସୁସ୍ଥ ହୋଇଛନ୍ତି । ଅପରପକ୍ଷେ ୬୯.୮୭ ପ୍ରତିଶତ ଅର୍ଥାତ ୧୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ଜଣ । ଏଥିରୁ ୪୪.୫୩ ପ୍ରତଶତ ଅର୍ଥାତ ୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୫.୪୬ ଅର୍ଥାତ ୭୧ ଜଣଙ୍କର ସକ୍ରିୟ ଅଛନ୍ତି । ଭଦ୍ରକ ଜିଲ୍ଲାରେ ଏପର୍ଯ୍ୟନ୍ତ ୯୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୧.୬୩ ପ୍ରତିଶତ ଅର୍ଥାତ ୩୧ ଜଣ ସୁସ୍ଥ ହୋଇଥିବା ବେଳେ ୬୮.୩୬ ପ୍ରତିଶତ ଅର୍ଥାତ ୬୭ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି ।

The Indian Express

ତେବେ ପୁରୀ ଜିଲ୍ଲାରେ ୬୫ରୁ ୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରେ ୫୭ରୁ ୩ ଜଣ, କେନ୍ଦ୍ରାପଡ଼ାରେ ୪୦ରୁ ୯ ଜଣ, ବୌଦ୍ଧରେ ୩୩ରୁ ୪ ଜଣ, ସୁନ୍ଦରଗଡ଼ରେ ୩୩ ଜଣଙ୍କର ମଧ୍ୟରୁ ୭୫.୭୫ ପ୍ରତିଶତ ଅର୍ଥାତ ୨୫ ଜଣ ସୁସ୍ଥ ହୋଇଥିବା ବେଳେ ୮ ଜଣ ସକ୍ରିୟ ଅଛନ୍ତି । ନୟାଗଡ଼ରେ ୩୧ରୁ ଜଣେ, ଜଗତସିଂହପୁରରେ ୩୦ରୁ ୫ ଜଣ, ଅନୁଗୁଳରେ ୧୯ରୁ ୧୫ ଜଣ, ମୟୂରଭଂଜରେ ୧୪ରୁ ୯ ଜଣ, କଳାହାଣ୍ଡିରେ ୧୩ରୁ ୨ ଜଣ, କେନ୍ଦୁଝରରେ ୧୧ରୁ ୨ ଜଣ, ବଲାଙ୍ଗୀରରେ ୯ରୁ ୨ ଜଣ, ଝାରସୁଗୁଡ଼ାରେ ୫ରୁ ୨ ଜଣ, ଦେବଗଡ଼ରେ ୨ରୁ ଜଣେ, ଢେଙ୍କାନାଳରେ ୨ରୁ ଜଣେ ଓ କୋରାପୁଟର ଏକମାତ୍ର କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର