ବୈତରଣୀରେ ତୃତୀୟ ବନ୍ୟା : ବୁଡ଼ିଲା ଶହ ଶହ ଏକର ଜମି : ତଳିଆ ଅଞ୍ଚଳ ସ୍ଥିତି ଦୟନୀୟ

ଦଶରଥପୁର : ଯାଜପୁର ଜିଲ୍ଲାର ଅନ୍ୟତମ ଜୀବନରେଖା ବୈତରଣୀ ଓ ଶାଖା ନଦୀ କାଣୀରେ ତୃତୀୟ ଥର ପାଇଁ ବନ୍ୟା ଆସିଛି। ଉଭୟ ନଦୀରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ଖୋଲା ମେଲା ପଡ଼ିଥିବା ଘାଇ ବାଟେ ବନ୍ୟା ଜଳ ପ୍ରବେଶ କରି ଶହଶହ ଏକର ଚାଷଜମି ଜଳମଗ୍ନ ହୋଇଛି। ତଳିଆ ଅଞ୍ଚଳ ସ୍ଥିତି ସାଂଘାତିକ। ଜଳ ସଂପଦ ବିଭାଗ ଅଧୀନ ଜଳସେଚନ ଓ ଡ୍ରେନେଜ୍‌ ବିଭାଗ ମଧ୍ୟରେ ବିବାଦ ପରିସ୍ଥିତିକୁ ସଂଗିନ୍‌ କରିଛି।ଗତ ୨ମାସ ମଧ୍ୟରେ ବୈତରଣୀ ଓ ଶାଖା କାଣୀ ନଦୀରେ ତିନି ତିିନି ଥର ବନ୍ୟା ଆସିବା ଫଳରେ ବ୍ୟାପକ ଫସଲ ନଷ୍ଟ ହୋଇଛି। କାଣୀ ନଦୀର କଣ୍ଟପଡା ଠାରେ ହୋଇଥିବା ୨ଟି ଘାଇରେ ପୁନଶ୍ଚ ବନ୍ୟା ଜଳ ଚାଷ ଜମିକୁ ପ୍ରଭାବିତ ହେଉଛି। ଘାଇ ମରାମରି କରାଯାଇନଥିବାରୁ ଏହି ସମସ୍ୟା ସୃଷ୍ଟି ହୋଇଛି। ଦ୍ୱିତୀୟ ବନ୍ୟା ରୁ ପାଣି ଶୁଖି ନଥିବା ବେଳେ ବଞ୍ଚିଯାଇଥିବା କିଛି ଧାନ ଫସଲ ପୁଣି ବୁଡିଯାଇଛି। ଏହି ବନ୍ୟା ଜଳ ଦୁଦୁରାଅଣ୍ଟା, ଦତ୍ତପୁର, ମଲ୍ଲିକାପୁର, ଶୁଶୁଆ, ନିଜାମପୁର, କୟାଁ, କମାରଡିହି, ଖାନନଗର ଆଦି ପଞ୍ଚାୟତର ଚାଷ ଜମିକୁ ପୁଣି ପ୍ରଭାବିତ କରିଛି।

ସମ୍ବନ୍ଧିତ ଖବର