ଆଜିଠୁ ତୃତୀୟ ପର୍ଯ୍ୟାୟ ନାମାଙ୍କନ : ୬ ଲୋକସଭା ଓ ୪୨ ବିଧାନସଭା ଲାଗି ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବେ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଲାଗି ନିର୍ବାଚନ ଅନୁଷ୍ଠିତ ହେବ। ସମ୍ବଲପୁର (ସାଧାରଣ),ଢେଙ୍କାନାଳ (ସା), କଟକ (ସା), ପୁରୀ (ସା), ଭୁବନେଶ୍ବର (ସା) ଓ କେନ୍ଦୁଝର (ଏସଟି)।

ସମ୍ବଲପୁର ଲୋକସଭା ଆସନ ଅନ୍ତର୍ଗତ କୁଚିଣ୍ଡା (ଏସ୍‌ଟି), ରେଙ୍ଗାଲି (ଏସ୍‌ସି), ସମ୍ବଲପୁର (ସା), ରେଢ଼ାଖୋଲ (ସା), ଦେବଗଡ (ସା), ଛେଣ୍ଡିପଦା (ଏସ୍‌ସି), ଆଠମଲ୍ଲିକ (ସା) ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପ୍ରକାଶ ପାଇବ ବିଜ୍ଞପ୍ତି। କେନ୍ଦୁଝର ଲୋକସଭା ଆସନ ଅଧୀନରେ ଆସୁଥିବା ତେଲକୋଇ (ଏସ୍‌ଟି), ଘସିପୁରା (ସା), ଆନନ୍ଦପୁର (ଏସ୍‌ସି), ପାଟଣା (ଏସ୍‌ଟି), କେନ୍ଦୁଝର (ଏସ୍‌ଟି), ଚମ୍ପୁଆ (ସା), କରଞ୍ଜିଆ (ଏସ୍‌ଟି) ବିଧାନସଭା ଆସନ ସହିତ ‌େଢଙ୍କାନାଳ ଲୋକସଭା ଆସନ ଅଧୀନରେ ଆସୁଥିବା ଢେଙ୍କାନାଳ (ସା), ହିନ୍ଦୋଳ (ଏସ୍‌ସି), କାମାକ୍ଷାନଗର (ସା), ପରଜଂଗ (ସା), ପାଲଲହଡା (ସା), ତାଳଚେର (ସା), ଅନୁଗୁଳ (ସା) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ‌େସହିପରି କଟକ ଲୋକସଭା ନିର୍ବାଚନମଣ୍ଡଳୀ ଅଧୀନରେ ଆସୁଥିବା ବଡମ୍ବା (ସା), ବାଙ୍କୀ (ସା), ଆଠଗଡ଼ (ସା), ବାରବାଟୀ-କଟକ (ସା), ଚୌଦ୍ବାର-କଟକ (ସା), କଟକ-ସଦର (ଏସ୍‌ସି) ଓ ଖଣ୍ଡପଡ଼ା (ସା) ବିଧାନସଭା ନିର୍ବାଚନମଣ୍ଡଳୀ ସହିତ ପୁରୀ ଲୋକସଭା ଆସନ ଅନ୍ତର୍ଗତ ପୁରୀ (ସା), ବ୍ରହ୍ମଗିରୀ (ସା), ସତ୍ୟବାଦୀ (ସା), ପିପିଲି (ସା), ଚିଲିକା (ସା), ରଣପୁର (ସା) ଏବଂ ନୟାଗଡ଼ (ସା) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ଜାରି ହେବ। ଭୁବନେଶ୍ବର ଲୋକସଭା ଆସନ ଅଧୀନରେ ଆସୁଥିବା ଜୟଦେବ (ଏସ୍‌ସି), ଭୁବନେଶ୍ବର-ମଧ୍ୟ (ସା), ଭୁବନେଶ୍ବର-ଉତ୍ତର (ସା), ଭୁବନେଶ୍ବର -ଏକାମ୍ର (ସା), ଜଟଣୀ (ସା), ବେଗୁନିଆ (ସା) ଏବଂ ଖୋର୍ଧା (ସା) ବିଧାନସଭା ଆସନ ପାଇଁ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିବେ।

ଆସନ୍ତାକାଲିଠାରୁ ଏହି ସବୁ ଲୋକସଭା ଓ ବିଧାନସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏପ୍ରିଲ ୫ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ହେବ ଓ ଏପ୍ରିଲ ୮ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଏପ୍ରିଲ ୨୩ ତାରିଖରେ ଭୋଟ ଗ୍ରହଣ ହେବ।

ସମ୍ବନ୍ଧିତ ଖବର