କୃଷି ବିଭାଗର ୪ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ବର : କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଲେଭଲ-୨ ବର୍ଗର ୪ଜଣ ଯୁଗ୍ମ ନିର୍ଦ୍ଦେଶକଙ୍କୁ ଯୁଗ୍ମ ନିର୍ଦ୍ଦେଶକ ଲେଭଲ-୧ ବର୍ଗକୁ ପଦୋନ୍ନତି ମିଳିଛି । ସେମାନେ ହେଲେ, ଗୁରୁ ପ୍ରସାଦ ତ୍ରିପାଠୀ, ପ୍ରମୋଦ କୁମାର ମିଶ୍ର, ସୁବାସ ଚନ୍ଦ୍ର ବିଶ୍ବାଳ, ଓ ସତ୍ୟ ନାରାୟଣ ମିଶ୍ର । ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବିଜ୍ଞପ୍ତି ଅନୁଯାୟୀ ସମବାୟ ନିବନ୍ଧକ ଥିବା ଆଇଏସ ତ୍ରିବିକ୍ରମ ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ ନିଗମର ନିର୍ଦ୍ଦେଶନା ମଣ୍ଡଳୀର ନିର୍ଦ୍ଦେଶକ ଭାବେ ମନୋନୀତ କରାଯାଇଛି ।

ସମ୍ବନ୍ଧିତ ଖବର