ବାଇକ୍‌ ଦୁର୍ଘଟଣ‌ାରେ ୨ ମୃତ, ୩ ଗୁରୁତର

ପୋଲ ତଳକୁ ଖସିଲା ବାଇକ, ୨ମୃତ

ଗୋପାଳପୁର : ଆଜି ଅପରାହ୍ନ ସାଢ଼େ ୪ଟା ‌ବେଳେ କୃଷ୍ଣାନନ୍ଦପୁର ଥାନା ଅର୍ନ୍ତଗତ ପଞ୍ଚୁପାଣ୍ଡବ ଗ୍ରାମର ପବିତ୍ର କୁମାର ମଲିକ(୪୫), ଧୃତଚରଣ ଘଡ଼େଇ(୫୦) ଓ ନାରାୟଣ ସାମଲ(୫୫) ଏକ ବାଇକ୍‌ରେ ନିଜ ଗାଁ ଉତ୍ତରକୂଳକୁ ଯାଉଥିବା ବେଳେ କଟକ-ପାରାଦୀପ ରାଜପଥ ପୂରଣ ଓଡ଼ପଡ଼ାସ୍ଥିତ ସଙ୍କେତ ଆଇଟିସି ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍‌ ସହ ମୁହାଁମୁହିଁ ଧକ୍କା ଲାଗିଥିଲା। ଉକ୍ତ ବାଇକ୍‌ରେ ପାରାଦୀପ ଅଞ୍ଚଳରର ୨ଜଣ ଯୁବକ ଥିଲେ। ସ୍ଥାନୀୟ ଲୋକେ ୫ ଜଣ ଗୁରୁତର ବାଇକ ଆରୋହୀଙ୍କୁ ରଘୁନାଥପୁର ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ପବିତ୍ର କୁମାର ମଲିକ ଓ ଧୃତଚରଣ ଘଡ଼େଇଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅପରପକ୍ଷରେ ପାରାଦୀପ ଅଞ୍ଚଳର ଯୁବକଦ୍ବୟ ସଂଜ୍ଞାହୀନ ଥିବାରୁ ସେମାନଙ୍କର ପରିଚୟ ମିଳିପାରି ନାହିଁ।

ପୋଲ ତଳକୁ ଖସିଲା ବାଇକ, ୨ମୃତ

ମାଲକାନଗିରି : ଦଶାହରେ ଯୋଗ ଦେବାକୁ ଘରୁ ବାହାରିଥିଲେ। କିନ୍ତୁ ଏହା ଥିଲା ସେମାନଙ୍କ ଶେଷ ଯାତ୍ରା। ଅଧା ରାସ୍ତାରେ ଆରପାରିକୁ ଡାକିନେଲା କାଳ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇଟି ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ମାଲକାନଗିରିରେ ଆଜି ସକାଳେ ଘଟିଛି। ମୃତକ ଦ୍ବୟ ହେଲେ ଏମଭି-୬ ଗାଁର ମନୋଜ ସୋରେନ ଏବଂ ଅତୁଲ ମୁଣ୍ଡା।

ଏମଭି-୫ ଗାଁରେ କୌଣସି ସଂପର୍କୀୟଙ୍କ ଦଶାହରେ ଯୋଗ ଦେବାକୁ ଆଜି ସକାଳ ପ୍ରାୟ ୮ଟାରେ ଘରୁ ବାହାରିଥିଲେ ମନୋଜ ଏବଂ ଅତୁଲ। ତେବେ ନିୟନ୍ତ୍ରଣ ହରାଇବାରୁ ଗୋଟିଏ ପୋଲ ତଳକୁ ଖସି ପଡ଼ିଥିଲା ବାଇକ। ଯାହାଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ସକାଳ ପ୍ରାୟ ୯ଟାରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଦୁର୍ଘଟଣା ଖବର ପାଇ ମାଲକାନଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଦୁର୍ଘଟଣା ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର