ଦୁର୍ଘଟଣାରେ ୪ ମୃତ

ରାଜଗାଙ୍ଗପୁର/ଗୋଡ଼ଭଗା : ଆଜି ବିଜୁ ଏକ୍ସପ୍ରେସ୍‌ ଓ୍ଵର ରାଜଗାଙ୍ଗପୁର ଏବଂ ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ ତୁରୁମ୍‌-ଗୋଡ଼ଭଗା ରାସ୍ତାର କୁମେଲସିଂହା ସାଇ ମନ୍ଦିର ନିକଟରେ ଦୁର୍ଘଟଣା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଛି।

ରାଜଗାଙ୍ଗପୁର ଦୁର୍ଘଟଣାରେ ମୃତ ଛାତ୍ର ହେଲେ କୁନ୍ଦ୍ରାକେଲାର ଗାବ୍ରିଏଲ୍‌ କାଣ୍ଡୁଲାନାଙ୍କ ପୁଅ ଇମାନୁଏଲ୍‌ କାଣ୍ଡୁଲନା (୧୭) ଓ ଭାଲୁଡୁମେର ଭିକାପଡ଼ାର ରାଜ କୁଜୁର (୧୭। ଦୁଇ ଜଣ ଲାଇଙ୍ଗ କଲେଜରେ ଯୁକ୍ତ ଦୁଇ କଳା ପ୍ରଥମ ବର୍ଷ ଛାତ୍ର। କଲେଜ ଛୁଟି ହେବା ପରେ ଗ୍ରାବିଏଲ୍‌ ଓ ରାଜ ସାଇକେଲ୍‌ରେ ଘରକୁ ଫେରୁଥିଲେ। ଅପରାହ୍‌ଣ ପ୍ରାୟ ସାଢେ ୨ଟା ବେଳେ ଝଗରପୁର ନିକଟରେ ପଛପଟୁ ଆସୁଥିବା ଟିପର ଅଚାନକ ଉଭୟଙ୍କ ଉପରକୁ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ସେହିଭଳି, ବରଗଡ଼ ଦୁର୍ଘଟଣାରେ ୨ ମୃତକ ହେଲେ, ଦୁଲମପୁର ରଙ୍ଗିଆଟିକ୍ରା ଗାଁର ସୁରେନ୍ଦ୍ର ବୁଡ଼େକଙ୍କ ପୁଅ ପର୍ଶୁରାମ ବୁଡ଼େକ (୨୩) ଓ ଭୂବନ ବୁଡ଼େକଙ୍କ ପୁଅ ଦିଲୀପ ବୁଡ଼େକ (୩୦)। ରବିବାର ରାତି ପ୍ରାୟ ୧୧ଟା ବେଳେ ପର୍ଶୁରାମ ଓ ଦିଲୀପ ଏକ ବାଇକ୍‌ (ଓଡି ୧୭ଜି-୭୬୮୩)ରେ ଗୋଡ଼ଭଗାରୁ ଗାଁକୁ ଫେରୁଥିବା ବେଳେ ସାମ୍‌ନାରୁ ଆସୁଥିବା ଟ୍ରକ୍‌ ଦୁହିଁଙ୍କୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ଦୁହିଁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର