ଦୁର୍ଘଟଣାରେ ୪ ମୃତ

ପରିସ୍ରା କରୁଥିବାବେଳେ ଗାଡ଼ି ଧକ୍କା ଦେଲା
ବାମୁର/କିଶୋରନଗର : କିଶୋରନଗର ଥାନା ୫୫ ନମ୍ବର ଜାତୀୟ ରାଜପଥର ବାମୁରଠାରେ ଏକ ଟାଟା ମାଜିକ୍‌ ଧକ୍କାରେ ୨ଜଣ ବାଇକ୍‌ ଆରୋହୀଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଜରପଡ଼ା ଥାନା ଓଗୀ ଗ୍ରାମର ମାନସର˚ଜନ ପ୍ରଧାନ(୨୬) ଓ ବନ୍ତଳା ଥାନା ତୁମୁଣି ଗ୍ରାମର ଚନ୍ଦ୍ରକାନ୍ତ ରାଉଳ (୨୪) ଗତ ରାତିରେ ଝାରସୁଗୁଡ଼ାରୁ ଏକ ନମ୍ବରବିହୀନ ନୂଆ ପଲସର ବାଇକ୍‌ ଯୋଗେ ଘରକୁ ଫେରୁଥିଲେ। ଆଜି ଭୋର୍‌ ପ୍ରାୟ ୫ଟା ସମୟରେ ଉଭୟେ ୫୫ ନ˚ ଜାତୀୟ ରାଜପଥର ବାମୁର ଇଲେକ୍ଟ୍ରିକ୍‌ ଷ୍ଟ୍ରକ୍ଚରଠାରେ ରାସ୍ତାକଡ଼ରେ ଛିଡ଼ା ହୋଇ ପରିସ୍ରା କରୁଥିଲା ବେଳେ ଏକ ଟାଟା ମାଜିକ୍‌ ଗାଡ଼ି ଉଭୟଙ୍କୁ ପଛପଟୁ ଧକ୍କା ଦେଇ ଚମ୍ପଟ ମାରିଥିଲା। ଏଥିରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଥିଲା। ବାମୁର ଦମକଳ ବାହିନୀ ଆଜି ଭୋର୍‌ରେ ଖବର ପାଇ ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କିଶୋରନଗର ଡାକ୍ତରଖାନାକୁ ଆଣିଥିଲା। ପୁଲିସ୍‌ ଶବ ଦୁଇଟିକୁ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଚଳାଇଛି।

ଟ୍ରକ୍‌ ତଳେ ଚାପି ହୋଇଗଲେ
ମୁନିଗୁଡା : ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମା ହନୁମାନ ବଜାର ମୁଖ୍ୟ ରାସ୍ତାରେ ଏକ ଟ୍ରକ୍ ଧକ୍କାରେ ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଉପୁଜିବାରୁ ପୁଲିସ ଓ ଅ‌ଷ୍ଟମ ବାଟାଲିୟନ ସିଆରପିଏଫଙ୍କୁ ମୁତୟନ କରାଯାଇଛି।

ସୂଚନ‌ା ଅନୁଯାୟୀ, ଆଜି ବିଶାଖାପାଟଣାରୁ ଛତିଶଗଡ ଏକ ମାଲବୋଝେଇ ଟ୍ରକ୍ ଯାଉଥିଲା। ତେବେ ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁନିଗୁଡା ହନୁମାନ ବଜାର ମୁଖ୍ୟ ରାସ୍ତାରେ ହଠାତ୍‌ ଏହି ଟ୍ରକ୍ ଏକ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍ ତଳେ ଚାପି ହୋଇଯିବାରୁ ଦୁଇ ବାଇକ୍ ଆରୋହୀ ମୁନିଗୁଡା ବ୍ଲକ ଅନ୍ତର୍ଗତ ଭାଲିଆପଦର ଗ୍ରାମର ଥିବର ପଲକିଆ(୨୫) ଓ ନରେନ୍ଦ୍ର ହିଆଲ(୨୬)ଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର