ଦୁର୍ଘଟଣାରେ ୪ ବାଇକ୍‌ ଆରୋହୀ ମୃତ

ଭବାନୀପାଟଣା/ମଣ୍ଡଳ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କୁଟ୍ରୁଖମାର ଏବଂ ବଲାଙ୍ଗୀର ଜିଲ୍ଲା ବେଲପଡ଼ା- କଣ୍ଟାବାଞ୍ଜି ରାସ୍ତାର ତଅଁଲା ଛକ ନିକଟରେ ଦୁଇଟି ଦୁର୍ଘଟଣା ଘଟି ୪ ଜଣ ପ୍ରାଣ ହରାଇଛନ୍ତି। କଳାହାଣ୍ଡି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨ ଜଣ ହେଲେ ଜୁନାଗଡ଼ ଥାନା ଅନ୍ତର୍ଗତ ମଥୁରା ଗ୍ରାମର ଶଙ୍କରଜିତ ପଣ୍ଡା (୨୪) ଓ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜନକପୁର ଗ୍ରାମର ଘନ ଗଉଡ(୨୬)। ଏହି ଦୁଇଜଣ ମୋଟର ସାଇକଲ୍‌ରେ ଆସୁଥିବାବେଳେ ପରସ୍ପର ସହ ମୁହାଁମୁହିିଁ ଧକ୍କା ହୋଇଥିଲେ।

ସେହିଭଳି ବଲାଙ୍ଗୀରର ତଅଁଲା ଠାରେ ଗଛରେ ବାଇକ୍‌ ପିଟି ହେବାରୁ ଏହାର ଦୁଇ ଆରୋହୀ ବୁଲୁ ବାଗ (୧୭) ଓ ଗାନ୍ଧି ବାଗ (୧୭)ଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର