ନଦୀରେ ବୁଡି ଗୋଟିଏ ପରିବାରର ୪ମୃତ

ବ୍ରହ୍ମପୁର : ଆନ୍ଧ୍ରପ୍ରଦେଶର ଇଚ୍ଛାପୁର ମଣ୍ଡଳ ଭିଲିଙ୍ଗି ଗ୍ରାମର ଗୋଟିଏ ପରିବାରର ଚାରିଜଣ ବାହୁଦା ନଦୀରେ ବୁଡି ମୃତ୍ୟୁବରଣ କରିଛନ୍ତି। ମିଳିଥିବା ସୂଚନା ମୁତାବକ ସୋମବାର ସନ୍ଧ୍ୟାରେ ଦୁଇ ମହିଳାଙ୍କ ସମେତ ସେମାନଙ୍କର ଦୁଇ ଝିଅ ଗାଧୋଇବା ପାଇଁ ବାହୁଦା ନଦୀକୁ ଯାଇଥିଲେ। ଗାଧୋଉଥିବା ବେଳେ ଝିଅଟି ନଦୀରେ ବୁଡି ଯାଉଥିବା ଦେଖି ତାକୁ ବଞ୍ଚେଇବାକୁ ଯାଇ ଜଣକ ପରେ ଜଣେ ଚାରିଜଣ ନଦୀରେ ଭାସି ଯାଇଥିଲେ। ନଦୀ ସ୍ରୋତରେ ସେମାନେ ଭାସି ଯାଉଥିବା ବେଳେ ପାଖ ଗ୍ରାମ ଟି.ବ୍ରହ୍ମପୁରର ଲୋକମାନେ ସେମାନଙ୍କୁ ଉଧାର କରି ଇଚ୍ଛାପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ତ୍ୱେ ଚାରିଜଣଙ୍କୁ ବଞ୍ଚେଇ ପାରିନଥିଲେ। ମୃତକମାନେ ହେଲେ ସୀତାରାମଙ୍କ ପତ୍ନୀ ଦିଲ୍ଲାମ୍ମା (୩୩), ତାଙ୍କ ୧୩ ବର୍ଷ ଝିଅ ଗୀତାଞ୍ଜଳି, ରାଜାଶ୍ୟାମଙ୍କ ପତ୍ନୀ କମଳମ୍ମା (୩୨) ଏବଂ ତାଙ୍କ ୧୦ ବର୍ଷର ଝିଅ ଗାୟତ୍ରୀ। ଏ ସମସ୍ତେ ରେଡିକ୍କା ସମ୍ପ୍ରଦାୟର ବୋଲି ଜଣାପଡିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର